ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ 

0 1

ପଦ୍ମପୁର/ ଶାସକ ପ୍ରଶାସକ :ବୁଧବାର ସ୍ଥାନିୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବଶ୍ରୀ ଭୋଇ ଙ୍କ ଅଧକ୍ଷତା ରେ  ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ 157 ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି  ସ୍ୱଗତ ଗଙ୍ଗାଧର ମେହେରଙ୍କ ଫୋଟୋଚିତ୍ର ରେ ଭକ୍ତି ପୁଷ୍ପ ଅର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ବୃନ୍ଦାବନ ଦାସ ସଭା କାର୍ଯ୍ୟ ସଂଯୋଜନା ସହ ଗଙ୍ଗାଧର ମେହେର ଙ୍କ ଜୀବନାଦର୍ଶ ଆଲୋଚନା କରି ଥିଲେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଦାସ ଗଙ୍ଗାଧର ମେହେରଙ୍କ କାଳଜୟୀ ସାହିତ୍ୟ ଉପରେ ଆଲୋକପାତ କରି ଥିଲେ ବକୃତା ପ୍ରବନ୍ଧ  ଚିତ୍ରାଙ୍କନ ସଂଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା 24 ଜଣ ଛାତ୍ରୀଙ୍କୁ  ବିଦ୍ୟାଳୟ ତରଫରୁ ପୁରସ୍କାର କରାଯାଇଥିଲା ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ, ଚିନ୍ତାମଣି ସାହୁ,  ଇତିଶ୍ରୀ ସାହୁ ପ୍ରମୁଖ ପୁରସ୍କାର ବିତରଣରେ ସାହାଯ୍ୟ କରି ଥିଲେ ପ୍ରେମାନନ୍ଦ ବେହେରା ଜୀବନନ୍ଦ ସାହୁ ବାଦଲ ସେଠି  ନିଳିମା ସୁରେଶ ସଙ୍ଗୀତ ପରିଚାଳନା ରେ ସହଯୋଗ କରିଥିଲେ ଗଙ୍ଗାଧର ଙ୍କ ରଚିତ ସମହୁ କବିତା ଗାନ ରେ ସୁଷମା ଦାସ ବସନ୍ତ ବାଗ ଦୁଷ୍ମନ୍ତ ଛତର ଓ ନଳୀନି ବାଗ ସହାୟତା ପ୍ରଦାନ କରିଥିଲେ ଶେଷରେ ହିନ୍ଦୀ ଶିକ୍ଷକ ସୁରେଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ |

 

Leave A Reply

Your email address will not be published.