ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫% ଓ ଅଧ୍ୟାପକଙ୍କ ଡ୍ୟୁଟି ୭ଘଣ୍ଟା ବାଧ୍ୟତାମୂଳକ : ଅରୁଣ ସାହୁ

0 1

ଭୁବନେଶ୍ର : ରାଜ୍ୟର ଯୁକ୍ତ-୩ କଲେଜରେ ଲାଗୁ ହେବ ପ୍ରୋକ୍ଟୋରିଆଲ ସିଷ୍ଟମ। ୧୦୧ଟି କଲେଜରେ କରାଯିବ ସ୍ମାର୍ଟ କ୍ଲାସର ବ୍ୟବସ୍ଥା। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ପ୍ରତିଶତ ଏବଂ ଅଧ୍ୟାପକମାନେ ଦୈନିକ କଲେଜରେ ୭ଘଣ୍ଟା ରହିବେ। ଏହା ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସୂଚନାଯୋଗ୍ୟ ଯେ 7 ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ ନିଷ୍ପତ୍ତିକୁ ଅନେକ ଅଧ୍ୟାପକ ଓ ଶିକ୍ଷକ ସଂଘ ବିରୋଧ କରିଥିବା ବେଳେ ମନ୍ତ୍ରୀ ଡ଼ଃ ସାହୁଙ୍କ ନିଷ୍ପତ୍ତି ଗୁତୁତ୍ୱ ବହନ କରୁଛି ।

ବୁଧବାର ମନ୍ତ୍ରୀ ସାହୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ଯୁକ୍ତ-୩ କଲେଜ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ୧୦୪୭ଟି ଯୁକ୍ତ-୩ କଲେଜରେ ପ୍ରୋକ୍ଟୋରିଆଲ ସିଷ୍ଟମ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ୨୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରୋକ୍ଟୋରିଆଲ ଗ୍ରୁପ କ୍ଲାସ କରାଯିବ। ୧୦୧ଟି କଲେଜରେ ସ୍ମାର୍ଟ କ୍ଲାସର ବ୍ୟବସ୍ଥା ହେବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀ ସାହୁ କହିଲେ କଲେଜରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ପ୍ରତିଶତ ରହିବା ଆବଶ୍ୟକ। ଏଥିସହ ଅଧ୍ୟାପକଙ୍କ ଦୈନିକ ଡ୍ୟୁଟି ୭ଘଣ୍ଟା ଜରୁରୀ ବୋଲି କହିଛନ୍ତି।

Leave A Reply

Your email address will not be published.