ଓଡଗାଁ ଏନଏସିର ଅବହେଳା :  ଡ୍ରେନ ନିର୍ମାଣରେ ବିଳମ୍ବ, କାନ୍ଥ ଭୁସୁଡିଲା

0

  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଏନଏସିର ପାଟଣା ସାହିରୁ ଛାମୁସାହି ରାସ୍ତା କଡ ଡ୍ରେନ ନିର୍ମାଣ କାର୍ଯ୍ୟ ବଳମ୍ବ ହେବାରୁ ଏବଂ ଲଗାଣ ବର୍ଷା ଯୋଗୁଁ ଘରକାନ୍ଥକୁ ଲାଗି ଡ୍ରେନ ପାଇଁ ଖୋଳା ଯାଇଥିବା ଖାତରେ ପାଣି ପସିବାରୁ ଗୁରୁବାର ରାତିରେ ଦୁଖୀ ସୀଠ(୭୨)ଙ୍କ ଘରକାନ୍ଥ ଭୁସୁଡି ଜିବାରୁ ଦାଣ୍ଡଘରଟି ଭାଙ୍ଗି ଯାଇଥିଲା ।  କିଛି ଅସମ୍ପୁର୍ଣ୍ଣ ଭଙ୍ଗା ଅଂଶ ଶୁନ୍ୟରେ  ଝୁଲି ରହିଥିବା ବେଳେ ଘରର ଅବଶିଷ୍ଟ ଅଂଶ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ପରିବାର ଲୋକେ ଭୟରେ ଘରମଧ୍ୟକୁ ଯିବାକୁ ନିରାପଦ ମନେ କରୁନାହାଁନ୍ତି । ଲଗାଣ ବର୍ଷା ଜାରି ରହିଥିବା ବେଳେ  ଦୁଖୀଙ୍କ ସହିତ ତାଙ୍କର ପରିବାର ଘରପାଖରେ ଥିବା ପୋଲ ଉପରେ ବହୁ ସମୟଧରି ବସିରହିଥିବାର ଦେଖିବାକୁ ମିଳିଛି । ଘରଟିକୁ ପୁନଃ ମରାମତ କରିବାର କୈାଣସି ସାମର୍ଥ୍ୟ ନଥିବା ବେଳେ ଏନ ଏସି ତରଫରୁ ପ୍ରତିଶ୍ରୁତି  ପାଇବାକୁ ଅପେକ୍ଷା କରି ରହିଛନ୍ତି । ଓଡଗାଁ ଏନଏସି ତରଫରୁ ବର୍ଷାଦିନ ସତ୍ୱେ ଘରକାନ୍ଥକୁ ଲାଗି ଡ୍ରେନ ନିର୍ମାଣ ପାଇଁ ଖୋଳା ଯାଇଥିବାରୁ ଦୁଖୀଙ୍କ ଘରପରି ଅନ୍ୟମାନଙ୍କ ଘରକାନ୍ଥ ଭୁଶୁଡି ଯିବାର ମଧ୍ୟ ସମ୍ଭାବନା ରହଛି । ତେବେ ବର୍ତମାନ ବିପନ୍ନ ପରିବାରକୁ ସାହାଯ୍ୟ ସହେଯାଗ ଯୋଗାଇ ଦେଇ ସେମାନଙ୍କ ଥଇଥାନ ପାଇଁ ସାଧାରଣତଃ ଦାବି ହେଉଛି ।

 

Leave A Reply

Your email address will not be published.