ଜୁନାଗଡ/ ଆଦିତ୍ୟ ପ୍ରସାଦ ମହାନ୍ତି : ଗତ ତିନିଦିନ ତଳେ ଜୁନାଗଡ ସହରର ଭୁବନେଶ୍ବର ସାହୁଙ୍କ ପୁଅ ସୁଜିତଙ୍କ ପଲସର ବାଇକ ଚୋରି ହୋଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ବୁଧବାର ଭବାନିପାଟଣା ପୁରୁଣାପଡାରେ ବାଇକ ଠାବ ହୋଇଥିଲା, ତେବ ବାଇକ ଛାଡି ଚୋର ଫେରାର ହୋଇଯାଇଥିଲା । ଆଜି (ଗୁରୁବାର) ବାଇକ ଚୋର ଧରାପଡିଛି ।
ପ୍ରାପ୍ତ ସୂଚନା ଆଧାରରେ ଭବାନିପାଟଣା ଶମ୍ଭୁନଗର ପଡା ନିକଟସ୍ଥ ନାରେଙ୍ଗକେଲା ଗ୍ରାମରେ ଲୁଚିରହି ଥିବା ବାଇକ ଚୋର ମିଥୁନ ଶବର କୁ ଆଜି ସୁବୋଧ ସାହୁ, ସଞ୍ଜୟ ବିଶି, ନୀଳମଣି ଜେନା, ତୁଷାର ପଣ୍ଡା, ସୁଜିତ ସାହୁ, ପ୍ରମୁଖ ଯୁବକ ଗୋଡେଇ ଗୋଡେଇ ଧରିବାରେ ସକ୍ଷମ ହୋଇ ଥିଲେ ଓ ପୋଲିସକୁ ହସ୍ତାନ୍ତର କରିଥିଲେ। ବାଇକ ଚୋର ମିଥୁନ ଏବେ ଭବାନିପାଟଣା ଟାଉନ ଥାନାରେ ପୋଲିସ ହେପାଜତରେ ଅଛି ।
Sign in
Sign in
Recover your password.
A password will be e-mailed to you.
Prev Post