ଧାନ ନିଅ , ନହେଲେ ଜୀବନ ହାରିବୁ

0

ମଣ୍ଡି ରେ ଧାନ ବିକ୍ରି କରିପାରିନଥିବା ଚାଷୀମାନଙ୍କ ଆତ୍ମହତ୍ୟା ଧମକ।

 ଜୁନାଗଡ/ ଆଦିତ୍ୟ ପ୍ରସାଦ ମହାନ୍ତି : ଧାନସଂଗ୍ରହ ନାଁରେ ଚାଷୀଙ୍କ ଜୀବନ ସହ ଖେଳୁଛି ଯୋଗାଣ ବିଭାଗ | ଧାନ କିଣା ନହୋଇ ମଣ୍ଡିରେ ପଡି ରହିଥିବା ଯୋଗୁ ଚାଷୀଙ୍କ ଭିତରେ ଦେଖା ଦେଇଛି  ଅସନ୍ତୋଷ | ଆଉ ସରକାରଙ୍କ ଏଭଳି ଆଭିମୁଖ୍ୟ କାରଣରୁ ହତାଶ ଚାଷୀ ମାନେ ଏବେ ଧାନ ସରକାର ନକିଣିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି |
 କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ  ପେକ୍ସ ଦ୍ଵାରାମଣ୍ଡି ମାନଙ୍କରେ ଧାନ କ୍ରୟ ସରିଗଲାଣି ବୋଲି  ଗତ ଜୁନ ମାସ ୩୦ ତାରିଖ ଦିନ ରିପୋର୍ଟ ଦେଇଥିଲେ | କିନ୍ତୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟି ନଦେଇ ଏକତରଫା ଭାବେ ଧାନସଂଗ୍ରହ ସରିଲା ବୋଲି ଘୋଷଣା ହେବା ପୂର୍ବରୁ ମଣ୍ଡିରେ ଶହ ଶହ ବସ୍ତା ଧାନ ରହିଯାଇଛି ଚାଷୀଙ୍କର । ନିଜ ଧାନ ଅମଳ କରି ମଣ୍ଡିକୁ ବିକ୍ରି ଉଦେଶ୍ୟରେ ଆଣି ଥିବା ଧାନକୁ ସରକାର  ଓ ବିଭାଗର ଅଧିକାରୀ ଚାଷୀମାନଙ୍କ ସହ ଏଭଳି ପ୍ରତାରଣାକୁ ନେଇ ଅସନ୍ତୋଷ ବଢିଛି ଚାଷୀଙ୍କ ଭିତରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହାବଶପୁର ମଣ୍ଡିରେ।ଉକ୍ତ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଥିବା ଧାନକୁ  କ୍ରୟ କରିନଥିବା ଦେଖାଦେଇଛି। ଗତ ଜୁନ ମାସ ୧୫ ତାରିଖ ରେ ଉକ୍ତ  ଚାଷୀ ମାନଙ୍କୁ ଟୋକନ ଦେଇଥିଲେ | କିନ୍ତୁ ହଠାତ  ୩୦ତାରିଖ ରେ ମଣ୍ଡି ବନ୍ଦ  ଧାନ ଆଉ କିଣାଯିବା ନାହିଁ ବୋଲି ପେକ୍ସ ଅଧିକାରୀ ପ୍ରକାଶ କରିଥିଲେ। ଚାଷୀମାନେ  ଏ ନେଇ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ଜିଲ୍ଲାପାଳ ଓ ବିଧାୟକ କୁ ଜଣାଇଥିଲେ ମଧ୍ୟ କୋଣସି ସୁଫଲ ମିଳିପାରିନାହିଁ। ଅଗଷ୍ଟ ମାସ ହୋଇଯାଇଥିଲେ ମଧ୍ୟ ମଣ୍ଡି ରେ ଧାନ ରଖି ବିକ୍ରି ଆଶାରେ ଚାଷୀମାନେ ଦିନ ରାତି ଜଗିରହିଛନ୍ତି | ଅନ୍ୟପଟେ  ସରକାର କିଛି ପଦକ୍ଷେପ ନ ନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା  ଚାଷୀ ମହଲରେ ବହୁ ଅସନ୍ତୋଷ ଦେଖା ଦେଇଛି। ଯଦି ସରକାର ଆମ ଦୁଃଖ ନବୁଝନ୍ତି ତେବେ ଆଉ କିଛି ଉପାୟ ନପାଇ  ଶେଷରେ ଆତ୍ମହତ୍ୟା କରି ବାକୁ ବାଧ୍ୟ ହେବୁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି |

Leave A Reply

Your email address will not be published.