ଅଷ୍ଟମ ଶ୍ରେଣୀ ନାହିଁ, ୪/୫ କି.ମି. ଦୂରକୁ ଯାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

0

ଗାଇସିଲେଟ/କେଦାର ନାଥ ସାହୁ: ଗାଇସିଲାଟ ବ୍ଳକ ଏକ ଅନୁନ୍ନତ ବ୍ଳକ ଭାବେ ଜଣାଶୁଣା । ଏଠାରେ ପ୍ରତ୍ୟେକ କ୍ଷେତ୍ର ରେ ଜନସାଧାରଣ ସରକାରୀ ନିତୀର ସୁଫଳ ପାଇବାରୁ ବଞ୍ଚିତ ଅଛନ୍ତି। କେତେବେଳେ ଦୁର୍ନିତୀର ତାଡନା  ତ କେତେବଳେ ମୌଲିକ ସୁବିଧାରୁ ବଞ୍ଚିତ  । ଏମିତି ଅଭିଯୋଗ ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଦେଖିବାକୁ ମିଳିଛି। ପ୍ରାପ୍ତ ସୁଚନାରୁ ପ୍ରକାଶ ଯେ ଓଡିଶା ସରକାର ଙ୍କ ଗଣଶିକ୍ଷା ବିଭାଗର ନିଷ୍ପତ୍ତି କ୍ରମେ ହାଇସ୍କୁଲ ମାନଙ୍କରୁ ଅଷ୍ଟମ ଶ୍ରେଣୀ ଅପସାରଣ କରାଯାଇଛି। ଫଳରେ ସରକାରୀ ନୋଡାଲ ବିଦ୍ୟାଳୟ ବ୍ୟତୀତ କୌଣସି ଉଚ୍ଚବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ନାହିଁ | ଗ୍ରାମାଞ୍ଚଳର ବିଦ୍ୟାଳୟ ମାନଙ୍କରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି | କିନ୍ତୁ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ନଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବ୍ଳକର କଂସଡୋଲ ଓ କନ୍ଦାଗାଡ ରେ ଥିବା ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡିକରେ ଅଷ୍ଟମ ଶ୍ରେଣୀ ଖୋଲା ଯାଇ ନଥିବାରୁ ଗ୍ରାମ ଠାରୁ ୪/୫ କି.ମି. ଦୂରକୁ ଯାଇ ପାଠ ପଢୁଛନ୍ତି ।  ଏହି ସ୍କୁଲମାନଙ୍କ ନିକଟରେ ହାଇସ୍କୁଲ ଅଛି, କିନ୍ତୁ ଅଷ୍ଟମ ଶ୍ରେଣୀ ନଥିବାରୁ ଗୋଟିଏ ବର୍ଷ ପାଇଁ ଅନ୍ୟତ୍ର ପାଠ ପଢି ଯିବାକୁ ବାଧ୍ୟ ହେଉଛନ୍ତି।  ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପାଇଁ ଅନ୍ୟତ୍ର ନ ଯାଇ ପାଠ ପଢାରେ ଡୋରି ବାନ୍ଧୁଥିବା ଦେଖିବାକୁ ମିଳିଛି ।ସଭିଏ ପଢନ୍ତୁ ସଭିଏ ବଢନ୍ତୁ ନାରା ରାଜ୍ୟ ସରକାର ପକ୍ଷରୁ ଦିଅା ଯାଉଥିବା ବେଳେ ତାହା ଏଠି ପ୍ରହସନ ରେ ପରିଣତ ହୋଇଯାଇଛି। ତେଣୁ ସେହି ସବୁ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଖୋଲାଯାଉ କିମ୍ବା ନିକଟସ୍ଥ ହାଇସ୍କୁଲ ରେ ଅଷ୍ଟମ ଶ୍ରେଣୀ ରଖିବାକୁ ଅନୁମତି ପ୍ରଦାନ କରାଯାଉ ବୋଲି  ଅଭିଭାବକ ମାନେ ଦାବୀ କରିଛନ୍ତିଏ ବିଷୟରେ ସ୍ଥାନୀୟ ବି.ଇ.ଓ. ରାମଲାଲ ବରିହା ଙ୍କୁ ପଚରାଯିବାରୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ବିଷୟରେ ଜଣାଇଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି।

 
 
 
 
 

Leave A Reply

Your email address will not be published.