ସମ୍ବାଦ ସାହିତ୍ୟ ଘର, ଯୋଗ ଦେଲେ ରାଜ୍ୟପାଲ

0

ମୁଖପତ୍ର ଯଜ୍ଞଶୀଳା ପୁସ୍ତକ ଉନ୍ମୋଚନ ଉତ୍ସବ

ବ୍ୟାସନଗର ରୁ ବିଶ୍ୱଜିତ ମାଝୀ :  ଆଜି ଯାଜପୁର ଟାଉନ ହଲ ଠାରେ ସମ୍ବାଦ ସାହିତ୍ୟ ଘରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷ ଲାଲ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ସମ୍ବାଦ ସାହିତ୍ୟ ଘରର ମୁଖ୍ୟ ସୋମ୍ୟରଂଜନ ପଟ୍ଟନାୟକ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଉପଜିଲ୍ଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, କୋରାଇ ବିଧାୟକ ଅଶୋକ ବଳ ପ୍ରମୁଖ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ସମ୍ବାଦ ସାହିତ୍ୟ ଘର ମହିଳା ଶାଖା କାର୍ଯ୍ୟରେ ଯଜ୍ଞଶୀଳା ପୁସ୍ତକ ଉନ୍ମୋଚନ ଜୟନ୍ତୀ ଜେନାଙ୍କ ନିଷିଦ୍ଧ ଅଭିସାର ପୁସ୍ତକ ଉନ୍ମୋଚନ କରିବା ସହିତ ବୃକ୍ଷ ରୋପଣ କରିଥିଲେ।ଯାଜପୁର SP କିରଣ ସିଂ ମିନାଙ୍କ ନେତୃତ୍ବରେ ମହାମହିମ ରାଜ୍ୟପାଳଙ୍କୁ ଗାଡ଼ଅଫ ହନ୍ହର ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶୁଭଶ୍ରୀ ଲେଙ୍କା ସମ୍ବାଦ ସାହିତ୍ୟ ଘରର ସଭାପତି ସଂଯୁକ୍ତା ମହାପାତ୍ର, ଦେବସ୍ମିତା ସାହୁ, ଜୟନ୍ତୀ ଜେନା, ମିରିନା ମହାନ୍ତି, ହୀରନ୍ୟମହି ମହାନ୍ତି, ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.