ଗୋଦାମରେ କଏଦ ନବୀନ ସରକାରଙ୍କ “ଖୁସି”, ଅଧା ବାଟରେ ଯାଇଛି ଫସି

0

ସରକାର କା ମାଲ, ଦରିଆ ମେ ଦାଲ

ଡୁଙ୍ଗୁରିପାଲି/ପ୍ରକାଶ କୁମାର ହାତୀ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି  ବ୍ଲକରେ ସରକାରଙ୍କ ଖୁସି ଯୋଜନାରେ ବିଦ୍ୟାଲୟର ଛାତ୍ରୀମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯିବା ପାଇଁ   ବ୍ୟବସ୍ଥା ରହିଥିବା ବେଳେ  ଆଜି ପର୍ଯ୍ୟନ୍ତ  ଡୁଙ୍ଗୁରିପାଲିରେ  ଛାତ୍ରୀମାନଙ୍କୁ  ନାପକିନ  ବଣ୍ଟନ କରା ନ ଯାଇ ତାହା ଗୋଦାମରେ ପଡିରହିଥିବା ଡୁଙ୍ଗୁରିପାଲି  ବ୍ଲକରେ ଏହି ଯୋଜନା ଦିଗହରା ହୋଇଛି ।  ଚଳିତ ଶିକ୍ଷା ବର୍ଷର  ଛାତ୍ରୀମାନଙ୍କୁ ଏ ପର୍ଯ୍ୟନ୍ତ ନାପକିନ ବଣ୍ଟନ କରା ନ  ଯାଇ ତାହା ନୂତନ  ଶିଶୁମାତୃ  ଚିକିତ୍ସା କେନ୍ଦ୍ରରେ ଥିବା ଗୋଦାମ ଘରେ ପଡି ରହି ଥିବାରୁ ତାହାର ସୁରକ୍ଷା ନେଇ ପ୍ରଶ୍ୱନାଚୀ ସୃଷ୍ଟି  ହୋଇଛି ।
ସୂଚନାରୁ ଜଣାଯାଇଛି ଯେ,  ରାଜ୍ୟ ସରକାର ଖୁସି ଯୋଜନାରେ  ୬ଷ୍ଠ  ଶ୍ରେଣୀରୁ  ଯୁକ୍ତ ଦୁଇ ଛାତ୍ରୀଙ୍କୁ    ମାସକୁ  ୧ ପାକେଟ  ତଥା  ୧୮ ପିସ ନାପକିନ ବଣ୍ଟନ କରିବା ବ୍ୟବସ୍ଥା କରିଛନ୍ତି  |  ଛାତ୍ରୀମାନେ ସୁବିଧାରେ ଯେପରି  ନାପକିନ ପାଇ ପାରିବେ ବୋଲି ପୂର୍ବରୁ ଶିକ୍ଷୟତ୍ରୀମାନଙ୍କୁ ତାଲିମ ମଧ୍ୟ ଦିଆ ସରିଛି । ଗତ ଫେବୃୟାରୀ ମାସ  ୧୯ ତାରିଖରେ  ଡୁଙ୍ଗୁରିପାଲି ଡାକ୍ତରଖାନା ପରିସରରେ ଏକ ସଭା ଆୟୋଜନ କରି  ଏକ “ଖୁସି କମିଟି”  ଗଠନ କରାଯାଇ କିପରି ସୁରୁଖୁରରେ ଛାତ୍ରୀମାନେ ନାପକିନ ପାଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । । ବିଦ୍ୟାଲୟ ଓ କଲେଜର ଛାତ୍ରୀମାନଙ୍କି ନାପକିନ ବଣ୍ଟନ କରିବା ପାଇଁ  ଗତ ମାର୍ଚ୍ଚ ମାସ ୧ ତାରିଖରେ   ୧୪ ହଜାର ୧୮୮ ପାକେଟ ତଥା  ୨ ଲକ୍ଷ ୫୫ ହଜାର ୩୮୪ ପିସ  ନାପକିନ ଡୁଙ୍ଗୁରିପାଲି ଡାକ୍ତରଖାନାକୁ  ଅଣାଯାଇ  ଗୋଦାମ ଗୃହରେ ରଖାଯାଇଛି | ଏବିଷୟରେ  ମାର୍ଚ୍ଚ ମାସ ୬ ତାରିଖରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଜଣାଇ ଦେଇଥିବା ଡାକ୍ତରଖାନା ପକ୍ଷରୁ  ପ୍ରକାଶ କରିଛନ୍ତି ।  ଏବିଷୟରେ ଗୋଷ୍ଠୀ  ଶିକ୍ଷାଧିକାରୀଙ୍କୁ ଛାତ୍ରୀମାନଙ୍କୁ  ନାପକିନ ବଣ୍ଟନ କରାଯାଇଛି କି ବୋଲି  ପ୍ରଶ୍ୱ କରାଯିବାରୁ  ଡାକ୍ତରଖାନା ପକ୍ଷରୁ ଆମକୁ ସମୁଦାୟ  କେତେ ଜଣଛାତ୍ରୀ ଅଛନ୍ତି ତାର ତାଲିକା ମଗାଯାଇଥିବା ବେଳେ  ବ୍ଲକରେ ଥିବା ୬ଷ୍ଠରୁ ଦଶମ ଶ୍ରେଣି ପର୍ଯ୍ୟନ୍ତ ସମୁଦାୟ  ୩ହଜାର ୮ଶହ  ୫୩ ଜଣଙ୍କ ତାଲିକା  ପ୍ରଦାନ କରି ଦେଇଛି । ନାପକିନ  ଆମ ବିଦ୍ୟାଲୟଗୁଡିକୁ ପ୍ରଦାନ କଲେ ଦାୟୀତ୍ୱରେ ଥିବା ଶିକ୍ଷୟତ୍ରୀମାନେ ବଣ୍ଟନ କରିବେ ବୋଲି ପ୍ରକାଶ କରିଥିଲେ । ଏ ବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଯୋଗାଯୋଗ  କରାଯିବାରୁ   ଆମେ ଛାତ୍ରୀମାନଙ୍କ ତାଲିକା  ପ୍ରଦାନ କରି ଦେଇଛୁ,ଜିଲ୍ଲାର ଯୋଗାଣ ଏଜେନ୍ସି ଆସି   ୨/୩ ଦିନ ଭିତରେ ଶୀଘ୍ର ବଣ୍ଟନ କରିବେ ବୋଲି ପ୍ରକାଶ କରିଥିଲେ । ପୂର୍ବରୁ  ଛାତ୍ରୀମାନଙ୍କୁ ନାପକିନ ବ୍ୟବହାର  ବିଷୟରେ ସଚେତନ କରିବା ପାଇଁ  ଶିକ୍ଷୟତ୍ରୀମାନଙ୍କୁ ତାଲିମ  ଦିଆ ଯାଇଥିବା ବେଳେ ନାପକିନ ଆସି ଦୀର୍ଘ ୪ ମାସ ହେଲା ଗୋଦାମ ଘରେ ପଡି ରହିଥିବାରୁ  ଜନସାାଧାରଣଙ୍କ ଭିତରେ  ସରକାର କା ମାଲ ଦରିଆ ମେ ଦାଲ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.