କଲମପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ

0 1

ଧର୍ମଗଡ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ  (ସୋମବାର) ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ହର୍ଷଦ୍ ପରାଗ ଯୋଗଦେଇ ଇନ୍ଦିରା ଆବାସ, ବିଜୁ ପକ୍କା ଘର, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଆଦି ସମସ୍ୟା ଉପରେ ଆସିଥିବା ଅଭିଯୋଗର ଶୁଣାଣି କରିଥିଲେ । ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ୨୯୦ ଜଣ ଅଭିଯୋଗକାରିଙ୍କ ଗୁହାରି ଶୁଣିବା ସହ ଏଥିରେ ଯୋଗଦେଇଥିବା ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଉକ୍ତ ସମସ୍ୟାର ସମାଧାନ ପାଇଁ ଅଧିକାରୀ ମାନଙ୍କୁ  ନିଦ୍ଦେର୍ଶ ଦେଇଛନ୍ତି । ଏହି ଶିବିରରେ ୬ ଜଣଙ୍କୁ ଭତ୍ତା ବଣ୍ଟନ ଏବଂ ଜଣକୁ ଟ୍ରାଇ ସାଇକଲ ଓ ଆଉ ଜଣକୁ ହୁଇଲ୍ ଚେଆର ପ୍ରଦାନ କରାଯାଇଥିଲା ଉକ୍ତ ଅଭିଯୋଗ ଶୁଣାଣିରେ କଳାହାଣ୍ଡି ଆରକ୍ଷୀ ଅଧିକାରୀ ବି. ଗଙ୍ଗାଧର, ଜିଲ୍ଲା ଚିକିତ୍ସାଧିକାରୀ ବନଲତା ଦେବି, କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେମସାଗର ଭୋଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳକୃଷ୍ଣ ମିଶ୍ର, କଲମପୁର ବ୍ଲକ ଅଧ୍ୟକ୍ଷା ମଞ୍ଜୁଲା ସାହୁ, ବ୍ଲକ ଅପାଧକ୍ଷ ଦୁଖିରାମ ମାଝୀ , ପଞ୍ଚାୟତ ସଂପ୍ରସାରଣ ଅଧିକକାରୀ କରୁଣାକର ବାଗ, ପ୍ରଗତି ସହାୟକ ଲକ୍ଷ୍ମଣ ହରିଜନ, ଜୟପାଟଣା ଥାନାଧିକାରୀ ସୁଶାନ୍ତ କୁମାର ସାହୁ, କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶିବାଶିସ୍ ସ୍ୱାଇଁ,ଅବକାରୀ ଇନିସ୍ପେକ୍ଟର ପ୍ରଶାନ୍ତ କୁମାର ସାହୁ, ଥଆମୁଲୁ ରାମପୁର ଦକ୍ଷିଣ ବନାଞ୍ଚଲ ଅଧିକାରୀ ପ୍ରଶାନ୍ତ କୁମାର ପାଲୋ, କଲମପୁର ଗୋଷ୍ଠୀ ଶିକ୍ଷାଧିକାରୀ ନବିନ କୁମାର ଖମାରୀ, କଲମପୁର ବନପାଳ ଭୁବନେଶ୍ୱର ବେହେରା, କଲମପୁର ଜୋନ-୧ ଜିଲ୍ଲାପରିଷଦ ସଭ୍ୟ ବିଜୟଦେବ ସାହୁ, ଜୋନ-୨ ସୁଶାନ୍ତ ରାଉତ ଏବଂ କଲମପୁର ବ୍ଲକର ସମସ୍ତ ସରପଂଚ, ସମିତି ସଭ୍ୟ ପ୍ରମୂଖ ଶିବିରରେ ଉପସ୍ଥିତଥିଲେ ।

Leave A Reply

Your email address will not be published.