ଜଗତସିଂହପୁରରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି : ୧୩୫ ଅଭିଯୋଗ

0 1

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେବା ପରେ ଜିଲ୍ଲାରେ ସରକାରୀ କଳ ପୂର୍ବାପେକ୍ଷା ଅଧିକ ଚଳଚଞ୍ଚଳ ହୋଇଉଠିଛି। ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଭିମତ ବାକ୍ସ ରଖାଯାଇଛି। ପ୍ରଶାସନିକ ସ୍ତରରେ କୌଣସି ଅସୁବିଧାର ସମ୍ମୁଖିନ ହେଉଥିବା ଲୋକ ଏହି ଅଭିମତ ବାକ୍ସରେ ନିଜର ସମସ୍ୟାକୁ ଲେଖି ପକାଇଲେ ଜିଲ୍ଲାପାଳ ନିଜେ ଏହାର ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି।ଏଥିନେଇ ଜିଲ୍ଲାପାଳଙ୍କ ଉପରେ ଆସ୍ଥା ପ୍ରକଟ କରି ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠlରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିକୁ ବହୁ ସଂଖ୍ୟାରେ ଲୋକ ଆସିଥିଲେ। ଉକ୍ତ ଶିବିରରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣ ମାନଙ୍କ ଆପତ୍ତି ଅଭିଯୋଗ ଶୁଣାଣୀ କରିଥିଲେ lଏହି ଶିବିରରେ ମୋଟ ୧୩୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ ସାମୁହିକ ସମସ୍ୟା ସମ୍ପର୍କିତ -୫ ଟି ଓ  ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୧୩୦ଟି | ଇନ୍ଦିରା ଆବାସ/ବିଜୁପକାଘର ସମ୍ପର୍କିତ ୩୮ଟି,ଭତ୍ତା ସମ୍ପର୍କିତ ୫ଟି,ଏନ୍.ଏଫ୍.ବି.ଏସ୍ ସମସ୍ୟା ସମ୍ପର୍କିତ ୩ଟି,କଳାକାର ଭତ୍ତା ସମ୍ପର୍କିତ ୩ଟି,ରାସନ କାର୍ଡ ସମ୍ପର୍କିତ ୩ଟି,ଜମିଜମା ସମ୍ପର୍କିତ ୧୬ଟି,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ସହାୟତା ପାଇଁ ୯ଟି,ରେଡକ୍ରସ ସହାୟତା ପାଇଁ ୭ଟି,ଆଇନ୍ ସମ୍ପର୍କିତ ୭ଟି, ଓ ଅନ୍ୟାନ୍ୟ ୩୯ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା l ଉକ୍ତ ଶିବିରରେ 8 ଟି ଅଭିଯୋଗର ସମସ୍ୟା ସଙ୍ଗେ ସଙ୍ଗେ ଫୈସଲl କରାଯାଇଥିଲା।ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ସୁଧା ସିଂ. ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ. ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଳା ଶିକ୍ଷା ଅଧିକାରିଣୀ ପ୍ରତିଭା ମଞ୍ଜରି ଦାସ,  ଜିଲ୍ଲା  ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାତ୍ର,  ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ସତ୍ୟପୀର ସାହୁ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ଶିବିରରେ ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଉପସ୍ଥିତ ଥିଲେ।

Leave A Reply

Your email address will not be published.