ଏକ ସ୍ଵତନ୍ତ୍ର ଅନୁଭୂତି ସ୍ରୁଷ୍ଟି କରେ ଗଦାଧରଜିଉ ବାହୁଡା ରଥଯାତ୍ରା

0 1

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତ୍ସିଂହପୁରର ଜିଲ୍ଲା ଅଧିନସ୍ଥ ବାଲିକୁଦା ବ୍ଲକ ଅନ୍ତର୍ଗତ କଣିଆ ଠାରେ ଗଦାଧରଜୀଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ରଥଯାତ୍ରା ପୁରୀ ରଥ ଯାତ୍ରା ଅନୁଷ୍ଠିତ ହେବାର ଏକ ଦିନ ପରେ କରାଯାଇଥାଏ lସେହିପରି ବାହୁଡା ଯାତ୍ରା ଏକ ଦିନ ପରେ କରାଯାଇଥିଲା।ଏଥିରେ ବରିଷ୍ଠ ସାମ୍ବାଦିକ ଶରତ କିଶୋର କାନୁନଗୋଙ୍କ ଦ୍ଵାରା ଏକ ନିଆରା ଭାବରେ ଛେରା ପହଁରା କରାଯାଇଥିଲା lପ୍ରଥମେ ମହାପ୍ରଭୁଙ୍କୁ ଗଦାଧର ଜୀଉଙ୍କ ମନ୍ଦିରରୁ ଗୋଟି ପହଣ୍ଡି କରାଯାଇ ଠାକୁର ରାଜା ବେଶରେ ଶରତ କାନୁନଗୋଙ୍କ କର କମଳରେ ସତାଧିକ ଭକ୍ତ ସଙ୍କୀର୍ତନ ମଣ୍ଡଳୀ ଢୋଲ ମହୁରୀ ବାଦକ ମାନଙ୍କ ଦ୍ଵରା କଣିଆ ଆର୍ତ୍ତତ୍ରାଣ ଗାଦି ପିଠ ପ୍ରକମ୍ପିତ ହୋଇଉଠିଥିଲା।ପରେ ପହଣ୍ଡି ବିଜେ କରାଯାଇ ନୀତି କାନ୍ତି ସମ୍ପନ୍ନ ହୋଇଥିବା ବେଳେ ଏହି ରଥଯାତ୍ରା କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ମାନଙ୍କ ଦ୍ଵରା ଯାତ୍ରା କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିଥିଲେ l ଏହି ପରିପ୍ରେକ୍ଷୀରେ ଅନ୍ୟତମ ସମ୍ବାଦିକ ବୀରବର ଦଳାଇ. ଶୁସାନ୍ତ ମହାନ୍ତି. ଅଳକା ବୁଡି ଅଞ୍ଚଳ କମିଟିର ସଭାପତି କୃଷ୍ଣଚନ୍ଦ୍ର ଶତପଥୀ. ବାପି ମହାନ୍ତି. ନିତ୍ୟାନନ୍ଦ ବାରିକ. ଶୁକଦେବ ଭୋଇ ପ୍ରମୂଖ ପରିଚାଳନା ରେ ସହଯୋଗ କରିଥିଲେ l

Leave A Reply

Your email address will not be published.