ବଡ଼ବିଲରେ ରସଗୋଲା ଦିବସ ପାଳିତ

0 2

ବଡ଼ବିଲ (ଶାସକ ପ୍ରଶାସକ): ସଂସ୍କୃତି ଓ ପରମ୍ପରାକୁ ସଦାସର୍ବଦା ବଜାୟ ରଖି ଆସିବା ସହ ଏହାକୁ ସବୁବେଳେ ପ୍ରାଥମିକତା ଦେଇଆସୁଥିବା ବଡ଼ବିଲର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ତରଫରୁ ପବିତ୍ର ନୀଳାଦ୍ରି ବିଜେ ଅବସରରେ ରସଗୋଲା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପି ଏଚ ଡି ସ୍ଥିତ ନିଳାଦ୍ରୀ କାର୍ଯ୍ୟାଳୟରେ ଏହି ଅବସରରେ ଏକ ବନ୍ଧୁ ମିଳନ ଆୟୋଜିତ ହୋଇଥିଲା।

ନିଳାଦ୍ରୀ ସଭାପତି ବଳରାମ ମହାନ୍ତି  ରସଗୋଲାକୁ ନେଇ ଉପୁଜିଥିବା ଦ୍ୱନ୍ଦକୁ ପରିସମାପ୍ତି କରି ରସଗୋଲା ଓଡିଶାର ବୋଲି ପ୍ରମାଣିତ କରିବା କ୍ଷେତ୍ରରେ ସରକାରଙ୍କ ତରଫରୁ ଉଦ୍ୟମ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଉତ୍ସବରେ ବଡ଼ବିଲର ପୂର୍ବତନ ନଗରପାଳ ଦିଲୀପ ମିଶ୍ର, ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ପଦ୍ମନାଭ ରାଉତ, ବରିଷ୍ଠ ନାଗରିକ ଏସ ପି ମିଶ୍ର, ପ୍ରୟାସର ସଭାପତି ଶୈଳେଶ କର୍ମକାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନିଳାଦ୍ରୀର ସଭ୍ୟ ବିଶ୍ୱନାଥ ରଣା, ଶିଶିର ମହାନ୍ତି, ପ୍ରତାପ ଦାସ, ବିଜୟ ମହାନ୍ତ, ସୁବୋଧ ଦାସ, ଦେବକାନ୍ତ ଦାସ, କବିନ୍ଦ୍ର ରଥ, ସଞ୍ଜୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ସମସ୍ତେ ସାଲେପୁର ରସଗୋଲାର ମଜା ଉଠାଇଥିଲେ।

Leave A Reply

Your email address will not be published.