ଦୁବାଇରେ ଫସିଥିବା ୧୮ ଓଡିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ବୈଦେଶିକମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0 2

 ବ୍ୟକ୍ତିଗତ ହସ୍ତକ୍ଷେପ କରିବା ସହ ସମସ୍ତ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରି ସ୍ୱଦେଶକୁ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରୀ ଡା.ଏସ୍ ଜୟଶଙ୍କରଙ୍କୁ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର  – ଦୁବାଇରେ ଫସିଥିବା ୧୮ ଓଡିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା.ଏସ୍.ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ଏକ ପତ୍ର ଲେଖି ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ସହ ସମସ୍ତ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରି ସ୍ୱଦେଶକୁ ଫେରାଇ ଆଣିବାକୁ ଶ୍ରୀ ପ୍ରଧାନ ବୈଦେଶିକ ମନ୍ତ୍ରୀ  ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତିା
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ଦୁବାଇରୁ ୧୦ ଜଣ ଓଡିଆ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ପୁଣି ଥରେ ଦୁବାଇର ଏକ୍ସିମ୍ ନାମକ ଏକ କମ୍ପାନୀରେ କାମ କରୁଥିବା ଓଡିଶା ଗଞ୍ଜାମ ଜିଲ୍ଲାର ୧୮ ଓଡିଆ ଶ୍ରମିକ ଗତ ୪ ମାସ ହେବ ବିନା ଦରମା ଓ ବିନା ଖାଦ୍ୟପେୟରେ ସେଠାରେ ଫସି ରହିଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଫସିରହିଥିବା ଶ୍ରମିକମାନେ ସେମାନଙ୍କ ଉଦ୍ଧାର ଲାଗି ଏକ ଭିଡିଓ ମଧ୍ୟମରେ ଅପିଲ୍ ମଧ୍ୟ କରିଥିବା ସୂଚନା ମିଳିଛି ।
ତେଣୁ ଏହି ମାମଲାରେ ଶ୍ରମିକଙ୍କୁ ତତ୍କାଳ  ସହାୟତା ଦିଆଯିବା ସହ ସମସ୍ତ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଦେଶକୁ ଫେରାଇ ଆଣିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ପାଇଁ ବୈଦେଶିକ ବ୍ୟାପାର ମବୀ ଡା.ଏସ୍ ଜୟଶଙ୍କରଙ୍କୁ ପତ୍ର ମାଧ୍ୟମରେ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
ଉଲ୍ଲେଖନୀୟ, ପୂର୍ବରୁ କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରେ ଫସିରହିଥିବା ସମସ୍ତ ୧୦ ଜଣ ଓଡିଆ ଶ୍ରମିକ ଜୁନ ୨୬ ତାରିଖରେ ବୈଦେଶିକ ମବାଳୟ ସହଯୋଗରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ସ୍ୱଦେଶ ଫେରିଥିଲେ ।

Leave A Reply

Your email address will not be published.