ଗରୀବୀ ପାଲଟିଛି ଅଭିଶାପ : ଅଜଣା ରୋଗ ଚିନ୍ତା ଖାଉଛି ଅଷ୍ଟମୀଙ୍କୁ

0 2

ଭୋକ ମେଂଟୁନି, ରୋଗ ଦେଖେଇବେ କେମିତି

ଦାରିଦ୍ର୍ୟ ସାଙ୍ଗକୁ ତିନି ବଢ଼ିଲା ଝିଅ

ରୋଗ ପାଇଁ ଅର୍ଥ ସାଜିଛି ବାଧକ

ଧର୍ମଗଡ ରୁ ସୁଶାନ୍ତ ରାଉତ : ଗରୀବ ପରିବାର ରେ ଜନ୍ମ ଗ୍ରହଣ କରିବା ବୋଧେ ତାଙ୍କ ପାଇଁ ଅଭିଶାପ । ଦୀର୍ଘ ୧୭ ବର୍ଷ  ହେବ ଅଜଣା ରୋଗରେ ପୀଡିତ ହୋଇ ପ୍ରତି ମୁହୂର୍ତ୍ତରେ ଜୀବନ ସହ ସଂଗ୍ରାମ କରୁଛନ୍ତି କଳାହାଣ୍ଡି ଜିଲ୍ଲା କୋକସାରା ବ୍ଲକ କାଉଡଲା ପଞ୍ଚାୟତର କସୁମଖୁଣ୍ଟି ଗାଁ ର ଚନ୍ଦ୍ରଶେଖର ମାଝୀ ର ସ୍ତ୍ରୀ ଅଷ୍ଟମୀ ମାଝୀ(୪୫) ।  ୧୭ ବର୍ଷ ତଳେ ଅଜଣା ରୋଗରେ ଶିକାର ହୋଇଥିଲେ । ଅଭାବ ଅନଟନରେ ଦିନ କାଟୁଥିବା ଅଷ୍ଟମୀଙ୍କ  ପରିବାର ଦିନ ମଜୁରିଆ ସ୍ୱାମୀଙ୍କ ସତ୍ୱେ ରୋଜଗାରରେ ପରିବାର କୁ ପେଟରେ ଦାନା ଯୋଗେଇ ବାର କଷ୍ଟକର ହୋଇଛି । ଏଭଳି ସ୍ଥିତିରେ ସ୍ତ୍ରୀଙ୍କ ପାଇଁ ଖର୍ଚ୍ଚ ବା କାହୁଁ ଆଣିବେ ? କେବଳ ନବରଙ୍ଗପୁର ମିଶନ ହସ୍ପିଟାଲରେ ଦେଖେଇବା ପରେ ଡାକ୍ତର ତାଙ୍କୁ ବଡ ଡାକ୍ତରଖାନା ନେବାପାଇଁ ପରାମର୍ଶ ଦେଇଥିଲେ ।  ମାତ୍ର ଅର୍ଥ ଅଭାବରୁ ତାଙ୍କୁ ବଡ଼ ଡ଼ାକ୍ତରଖାନା ନିଆଯାଇ ନଥିଲା । ଇତି ମଧ୍ୟରେ ୧୭ବର୍ଷ ବିତିଯାଇଛି କେବଳ ଚେରିମୁଲି ଔଷଧ ଖୁଆଇ ଅଷ୍ଟାମୀଙ୍କ ଚିକିସ୍ଥା ଚାଲିଥିଲା । ଏବେ ୭ମାସ ହେବ ଅଷ୍ଟାମୀଙ୍କ ଶରୀର ଅତି ଦୁର୍ବଳ ହେବା ସହ ଶୁଖିବାରେ ଲାଗିଛି । ତାଙ୍କୁ କଣ ରୋଗ ହେଇଛି ତାହା ମଧ୍ୟ ଜଣାପଡୁ ନାହିଁ । କାରଣ ଆଜିଜାଏ ସ୍ୱାସ୍ଥ୍ୟର ଯାଞ୍ଚ ହୋଇନାହିଁ । ଅନ୍ୟ ପଟେ ତାଙ୍କର ୪ ବଢ଼ିଲା  ଝିଅ ଅଛନ୍ତି । ଗତ ବର୍ଷ ବଡ଼ଝିଅ ମଦନାକୁ ବିବାହ ଦେଇଛନ୍ତି । ବର୍ତ୍ତମାନ ତିନି ବଢ଼ିଲା ଝିଅ ସାଙ୍ଗକୁ ରୋଗୀଣା ସ୍ତ୍ରୀ ବୋଝ ମଧ୍ୟ ମୁଣ୍ଡରେ । ତିନି ଝିଅଙ୍କ ମଧ୍ୟରୁ ତୁଳସୀ ଓ ଅନା ମାଟ୍ରିକ ପାସ କରିବା ପରେ ଡୋରି ବାନ୍ଧିଛନ୍ତି । ସରକାରୀ ସହାୟତ କହିଲେ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ 30 କେଜି ଚାଉଳ ସହ ଚନ୍ଦ୍ରଶେଖରଙ୍କ ବିଧବା ମା ମାସିକ ୩୦୦ ଟଙ୍କା ଭତ୍ତା ମିଲୁଛି । ଏହା ପରିବାର ଭରଣ ପୋଷଣ ପାଇଁ ନିଅଣ୍ଟ ହଉଛି । କୁଲି ମଜୁରୀ କରି ଦୈନିକ ଯାହା ରୋଜଗାର ହୁଏ ସେଥିରେ ପରିବାର ସମସ୍ତ ଖର୍ଚ୍ଚ ତୁଲେଇବା ନିଅଣ୍ଟ ହୋଇ ପଡେ । ଏଭଳି ସ୍ଥିତି ରୋଗୀଣା ସ୍ତ୍ରୀର ଚିକିତ୍ସା ପାଇଁ  ସମସ୍ତ ପ୍ରକାର ଆଶା ଛାଡ଼ିଦେଇଛନ୍ତି ।ପରିବାର ଏବେ ଖାଲି ଭରସା ସରକାରୀ ସହାୟତା ଉପରେ ଏନେଇ  କୋକସରା ବିଡ଼ିଓ ବସନ୍ତ ସେଠି ଙ୍କୁ ପଚାରି ବାରୁ କହିଛନ୍ତି ମୋ ପାଖରେ ପୂର୍ବରୁ ଖବର ନଥିଲା । ଅଷ୍ଟାମୀଙ୍କ ଚିକିତ୍ସା ପାଇଁ କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପରାମର୍ଶ କରି ଏକ ଟିମ ପଠାଇ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ସହ ଚିକିତ୍ସା ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତେବେ ରୋଗୀଣା ଅଷ୍ଟାମୀଙ୍କ ଉପରେ ପ୍ରଶାସନର ନଜର କେବେ ପଡୁଛି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.