ଚୋରା ନିଶା କାରବାର କରୁଥିବା ବେପାରୀ ଗିରଫ

0

ପଦ୍ମପୁର(ନୀଳାମ୍ବର ଦୀପ): ବେନିୟମ ଭାବରେ ଚାଲିଥିବା ନିଶା କାରବାରକୁ ରୋକିବା ପାଇଁ ପଦ୍ମପୁର ପୋଲିସ ପକ୍ଷରୁ ଅବ୍ୟହାତ ରହିଥିବା ବେଳେ ପୋଲିସ ପୁଣି ଏକ ନିଶା ବେପାରୀ କୁ ଗିରଫ କରିଛି। ଆଇ.ଆଇ.ସି ଙ୍କ ସୂଚନା ଅନୁଯାୟୀ  ବେନିୟମ କଫସିରପ ବ୍ୟାପାର କରୁଥିବା ଅଭିଯୋଗରେ ଚିତ୍ତରଞ୍ଜନ ଦାସ ନାମକ ଏକ ଯୁବକକୁ ପଦ୍ମପୁର ଭେଉରିଆ ଛକ ରୁ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ୦୭ ଲିଟର କଫସିରଫ, ୧୦ଟି ନିଶା ଟାଵଲେଟ ଏବଂ ୨୦୯୬୦ ଟଙ୍କା ଜବତ କରିଛି ପଦ୍ମପୁର ପୋଲିସ। ପଦ୍ମପୁର ରେ କିପରି ନିଶା କାରବାର ରେ ଅଙ୍କୁଶ ଲଗାଯାଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଥିବା ନେଇ ଆଇ.ଆଇ.ସି ଙ୍କ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି |
       

Leave A Reply

Your email address will not be published.