ଅବାଂଛିତ ଛୁଆଙ୍କୁ ଆଉ ଏଣେତେଣେ ନଫିଙ୍ଗି ଝୁଲାରେ ଶୁଆଇ ଯିବା ହେ ମା !!!!!

0

ଅତି ସୁନ୍ଦର ବ୍ୟବସ୍ଥା ,ଛୁଆଙ୍କ  ପାଇଁ ବ୍ୟବସ୍ଥା ହେଲା ଝୁଲା ଦୋଳି 

 

ଯାଜପୁରରୁ ଜୟଶଙ୍କର :  ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଜନ୍ମିତ ଶିଶୁ ମାନଙ୍କୁ ଅବହେଳା ପୂର୍ବକ ଫିଙ୍ଗା ଯାଉଥିବାରେ ଅନେକ ଦୃଷ୍ଟାନ୍ତ  ମିଳିଛି । ଏହି ଶିଶୁ ମାନେ ହୁଏତ ପିତା ମାତାଙ୍କ ପାଇଁ ଅନାବଶ୍ୟକ, କୁମାରୀ ମାତୃତ୍ୱ କିମ୍ବା ଏହି ଭଳି ଅନ୍ୟାନ୍ୟ ଅବସ୍ଥାରୁ ଅବହେଳିତ ଅବସ୍ଥାରେ ଫିଙ୍ଗା ଯାଇଥାନ୍ତି । ଯେଉଁଥିପାଇଁ ଶିଶୁମାନେ ମୃତ୍ୟୁ ମୁଖରେ ପଡନ୍ତି କିମ୍ବା କୁକୁର ବା ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କର ଶୀକାର ହୁଅନ୍ତି । ସରକାର ଏହି ବ୍ୟବସ୍ଥାର ସୁଧାର ପାଇଁ ଏକ ଯୋଜନା ଗ୍ରହଣ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ବିଭିନ୍ନ ସ୍ଥାନରେ ଝୁଲା ଦୋଳି ମାନ ସ୍ଥାପନ କରାଯିବ । ସେହିଭଳି ଏକ ବେବି ରିସେପସନ ସେଂଟରର ବ୍ୟବସ୍ଥା ସା୍ଥନୀୟ ଉତ୍କଳ  ବାଳାଶ୍ରମ ସନ୍ନିକଟ ଗେଟ୍ ନିକଟରେ କରାଯାଇଛି । ମଙ୍ଗଳବାର ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଏହାକୁ ଉଦଘାଟନ କରିଥିଲେ । ଉପରେ ଛାୟାର ବ୍ୟବସ୍ଥାଥିବା ଏକ ଝୁଲା ଦୋଳିକୁ ସେଠାରେ ସ୍ଥାନିତ କରାଯାଇଛି । ଯେଉଁଥିରେ ସୁରକ୍ଷିତ ଘୋଡଣୀ ସହ ନରମ ଗଦିର ବ୍ୟବସ୍ଥା କରାଯାଇଛି । କୌଣସି କ୍ଷେତ୍ରରେ ଛୁଆଟିକୁ ନିଜ ପାଖରେ ରଖିବାକୁ ଚାହୁଁନଥିବା ମା, ବାପା ଏହି ଦୋଳିରେ ପିଲାଟିକୁ ଶୁଆଇ ଦେଇ ଯାଇପାରିବେ । ପରେ ବାଳାଶ୍ରମର କର୍ମଚାରୀ ମାନେ ଛୁଆଟିକୁ ଉଦ୍ଧାରକରି ଉପଯୁକ୍ତ ଚିକିତ୍ସା  ଓ ଯତ୍ନ ନେବେ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ । ସମସ୍ତ ବ୍ୟବସ୍ଥା ବେଶ୍ ଭଲ ହୋଇଛି ତେବେ ମଶାରୁ ଶିଶୁଟିକୁ ରକ୍ଷା କରିବା ପାଇଁ ଦୋଳିର ଚାରିପାଖରେ ମଶା ପ୍ରତିରୋଧ ଜାଲି ଲଗାଇବାକୁ ଶ୍ରୀ ଭୋଳ ଶିଶୁ ସୁରକ୍ଷା ବିଭାଗକୁ ପରାମର୍ଶ ଦେବା ସହ ଏହି ଯୋଜନା ସମ୍ପର୍କରେ ଓଡିଆରେ ବ୍ୟାନର ପ୍ରଦର୍ଶନ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଏହି ଭଳି ଝୁଲା ଦୋଳି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ବ୍ୟବସ୍ଥା କରାଯିବା ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବାଳାଶ୍ରମ ତତ୍ୱାବଧାରିକା ଆଦ୍ୟା ଉପାସନା, ଶିଶୁ ସୁରକ୍ଷା ଆଇନ ପରାମର୍ଶ ଦାତା ତପନ କୁମାର ପଣ୍ଡା, ଡି.ଆଇ.ସି ସଦସ୍ୟ ପ୍ରଶାନ୍ତ କୁମାର ମିଶ୍ର, ଯାଜ୍ଞସେନୀ ମହାନ୍ତି, ଶିଶୁ ସୁରକ୍ଷା କର୍ମକର୍ତା କାଳନ୍ଦି ସାହୁ, ମିହିର ଜେନା, ପଦ୍ମଚରଣ ସାମନ୍ତ ରାୟ, ଶିଶିର ମଲିକ ଓ ବାଳାଶ୍ରମର କର୍ମଚାରୀ ସ୍ୱାତି ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।  

 

Leave A Reply

Your email address will not be published.