ସର୍ବଶିକ୍ଷା ଅଭିଯାନ ପାଲଟିଛି ସର୍ଵଖିଆ ଅଭିଯାନ।

0
 
 
   କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ : ସରକାରୀ ବିଦ୍ୟାଳୟ ପାଲଟିଛି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଅଖାଡା ସ୍ଥଳୀ।  ଏ ପରି ଅଭାବନିୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାର ପଲ୍ଲୀ ଶିକ୍ଷାଶ୍ରମ ଢି଼ଅ ମୁଗୁବାଡି ଗ୍ରାମରେ ।   ଦିନ 12, 10ମିନିଟ  ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିବା ବଦଳରେ ନିଜ ଭିତରେ ଚଳାଇଛନ୍ତି ଗୁଲିଖଟିର ଗପ।  ଛାତ୍ର ଛାତ୍ରୀ ମାନଙ୍କୁ ନଜର ନଦେଉ ଥିବାରୁ ଛାତ୍ର ଛାତ୍ରୀ ମାନେ ଏଣେତେଣେ ବୁଲୁଛନ୍ତି।ଯାହା ଫଳରେ ପିଲାମାନଙ୍କର ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ବୋଲି କହିଲେ କିଛି କମ ହେବନି।  ଅନ୍ୟ ପଟରେ ସରକାର କହୁଛନ୍ତି ;ପଢିବା ବଢିବା ଶ୍ରେଷ୍ଠ ହେବା ;।କିନ୍ତୁ ପ୍ରଶ୍ନ ଉଠୁଛି ଏଠି କିଏ ପଢ଼ାଇବ ଆଉ କିଏ ପଢିବ।  ଯେଉଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସରକାରଙ୍କ ଠାରୁ ବେତନ ପାଇଁ ମଧ୍ୟ ଏପରି ନିନ୍ଦନୀୟ କାର୍ଯ୍ୟ କରୁଛନ୍ତି ସେ କ୍ଷେତ୍ରରେ ପ୍ରଶାସନ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି  ତାହା ସମୟ କହିବ।    ଘଟଣା କେବଳ ଏତିକିରେ ଅଟକିନି ଛୋଟ ଛୋଟ ପିଲା ମାନଙ୍କ ଦ୍ୱାରା ବାସନ  ମଧ୍ୟ ମଯଯାଉଛି।  ଛାତ୍ର ଛାତ୍ରୀ ମାନଙ୍କର ରେଜିଷ୍ଟ୍ରର ପ୍ରଧାନ ଶିକ୍ଷକଙ୍କ ଆଲମାରୀ ଭିତରେ ରହିଥିବାରୁ ରେଜିଷ୍ଟ୍ରର ମେଂଟେନ କରାଯାଉନାହିଁ।  D, E, O କହିଛନ୍ତି ଖୁବ ଶୀଘ୍ର ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ।     କିନ୍ତୁ D, E, O ଙ୍କ କଥାରେ କେତେଦୂର ସତ୍ୟାସତ୍ୟ ରହିଛି ତାହା ସମୟ କହିବ।
Leave A Reply

Your email address will not be published.