ବାପୁଙ୍କ ଆଦର୍ଶ ଓ କାର୍ଯ୍ୟକଳାପ ତାଙ୍କୁ ଚିରଦିନ ଧରାପୃଷ୍ଠରେ  ଅମର କରି ରଖିଥିବ 

0

ଶହୀଦ ଦିବସରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି  ଓ ନିରବତା ପାଳନ ।

ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁରରେ ଜାତିର  ପିତା ମହାତ୍ମା ଗାନ୍ଧିଙ୍କର ମହାପ୍ରୟାଣ ଦିବସ ପାଳିତ ହୋଇଯାଇଚ୍ଥି ।   ମଙ୍ଗଳବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ମହାତ୍ମା ଗାନ୍ଧିଙ୍କ ପ୍ରତିର୍ମୂି ଓ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।  ମହାତ୍ମା ଗାନ୍ଧି ଆମ ଗହଣରେ ଆଜି ନାହାଁନ୍ତି ସତ,  ହେଲେ ତାଙ୍କ ଆଦର୍ଶ ଓ କାର୍ଯ୍ୟକଳାପ ତାଙ୍କୁ ଚିରଦିନ ଧରାପୃଷ୍ଠରେ ଅମର କରି ରଖିଥିବ ବୋଲି ଜିଲ୍ଳ୍ାପାଳ ଶ୍ରୀ ଦାସ କହିଥିଲେ ।  ଅଧ୍ୟବସାୟ, କର୍ତବ୍ୟ ନିଷ୍ଠା , ସମୟାନୁବର୍ତ୍ତିତା  ଓ ମାତୃଭୂମି ପାଇଁ ତାଙ୍କର ଅବଦାନ ସମଗ୍ର ବିଶ୍ୱକୁ ଚମତ୍କୃତ  କରିଚ୍ଥି ।  ତାଙ୍କର ଅହିଂସା ମନ୍ତ୍ର ସମଗ୍ର ବିଶ୍ୱକୁ ଆକୃଷ୍ଟ ଓ ପ୍ରଭାବିତ କରିଚ୍ଥି ବୋଲି କହିବା ସହ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଶ୍ରୀ ଦାସ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ତଥା ଗାନ୍ଧିପ୍ରେମୀ, ନିଶିଥ ଦାସ, ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା  ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର,ଜିଲ୍ଲା  ସ୍କୁଲ ଶିକ୍ଷକ ଜହିରୁଦ୍ଧିନ ଖାଁ, ଅନ୍ୟାନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଜିଲ୍ଲା  ସ୍କୁଲର ଚ୍ଥାତ୍ର ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ପରେ ଦିବା ୧୧ ଘଟିକାରୁ ୧୧ଘଟିକା ୨ ମିନିଟ୍ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନୀରବତା ପାଳନ କରାଯାଇଥିଲା ।  ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ନୀରବତା ପାଳନ କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହକାରୀ ଜିଲ୍ଲାପାଳ  କୁଳମଣି ନାୟକ, ରାଜଲକ୍ଷ୍ମୀ ନାୟକ, ଊମେଶ ଲେଙ୍କା, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, କାର୍ଯ୍ୟାଳୟ ଅଧିକ୍ଷକ ନକୁଳ ଚରଣ ମଲ୍ଲିକ, ଶୈଳଜା ପଣ୍ଡା ଦେବେନ୍ଦ୍ର ନାଥ କର, ସୁଦର୍ଶନ ମିଶ୍ର, ମୋହନ ପତି, ଲକ୍ଷ୍ମୀଧର ସଏ, ବିନୋଦ ସିଂ ସିଙ୍କୁ , କମଳାକାନ୍ତ ଜେନା, ପଦ୍ମ ଚରଣ ସାମନ୍ତରାୟ, କାଳନ୍ଦି ସାହୁ, ସୁପ୍ରିୟ ପଣ୍ଡା, ତରୁଣ ନନ୍ଦ, ଅରୁଣ ସାହୁ, ଅର୍ଚ୍ଚନା କୁମାରୀ ସାମନ୍ତ, ରଜନୀକାନ୍ତ ସାହୁ, ପ୍ରଶାନ୍ତ କୁମାର ପୁହାଣ ପ୍ରମୁଖ ଯୋଗ ଦେଇଥିଲେ ।  ଭିଡିଓ କନ୍ପଂରେନ୍ସ ହଲରେ ଜିଲ୍ଲାପାଳ  ଶ୍ରୀ ଦାସ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଅବଦୁଲ ଅଲିମ ଖାଁ, ଜିଲ୍ଲା  ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଅମୀୟ ପରିଜା, ଏ.ପି.ଡି. ସୋହାନା ବେଗମ୍ ପ୍ରମୁଖ ସେଠାରେ ନୀରବତା ପାଳନ କରିଥିଲେ ।    

 

Leave A Reply

Your email address will not be published.