ନ୍ୟାୟ ପାଇଁ ଭିକ୍ଷା ମାଗୁଛନ୍ତି ଅସହାୟ ପିତା ମାତା
କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ : କସ୍ତୁରୀ ମୃତ୍ୟୁ ଘଟଣାକୁ ତିନି ମାସ ବିତିଥିଲେ ମୃତ୍ୟୁର ରହସ୍ୟ ଉପରୁ ଉଠୁନି ପରଦା,ଜିଲ୍ଲା ପ୍ରଶାସନ ପାଖରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଦ୍ୱାରରୁ ଦ୍ୱାରାସ୍ତ ହେଲେଣି ନ୍ୟାୟ ପାଇଁ କସ୍ତୁରୀର ପିତା ମାତା ,
କସ୍ତୁରୀ ବାପା ମା ଙ୍କର ଏକମାତ୍ର ଝିଅ ଥିଲା ଓ ଗାର୍ଲସ ହାଇ ସ୍କୁଲ ର ଜଣେ ମେଧାବୀ ଛାତ୍ରୀ ଥିଲା ,ରାଜକନିକା ସ୍କୁଲ କୁ ଖେଳିବାପାଇ ଯାଇଥିଲା ସତ କିନ୍ତୁ ଘରକୁ ଫେରିଥିଲା ତାର ମୃତଦେହ ,କସ୍ତୁରୀର ପିତାମାତାଙ୍କୁ ପ୍ରଶାସନ ପାଖରୁ ଆରମ୍ଭକରି ନେତାମାନେ ଟଙ୍କାର ଲୋଭ ଦେଖାଇ ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ,ଆଜିବି ଝିଅର ବିୟୋଗରେ କାନ୍ଦୁଛନ୍ତି ସେହି ଅସହାୟ ବାପ ମା,କିନ୍ତୁ କେନ୍ଦ୍ରାପଡା ଜିଲ୍ଲାର ଯୁବ ସାମ୍ବାଦିକ ମନେ ଏବେ ବି କସ୍ତୁରୀ ନ୍ୟାୟ ପାଇଁ ଲାଡେଇ ଜରିରଖିଛନ୍ତି ,ସାମ୍ବାଦିକଙ୍କ ପ୍ରଭାବିପଡିବାରୁ ତଦନ୍ତ କୁ ଏବେ କରାଯାଇଛି ତ୍ୱରାନ୍ୱିତ, ଗତକାଲି ସଦର ଥାନାର ଆଇଆଇସି ରାଜକନିକା ଆଇଆଇସି ଓ କେନ୍ଦ୍ରାପଡା ଏସ୍ପି ଙ୍କ ସମେତ ଆଇଜି କସ୍ତୁରୀ ପିତାମାତାଙ୍କୁ ଭେଟି 15 ମିନିଟ କାଳ ଆଲୋଚନା କରି ପଚାରି ବୁଝିବା ପରେ ନ୍ୟାୟ ଦେବା ପାଇଁ ଦେଇଛନ୍ତି ପତିଶ୍ରୁତି ,ଏବେ ପ୍ରଶ୍ନ ଉଠୁଛି ନ୍ୟାୟ ପାଇଁ ଦ୍ୱାରସ୍ତ ହୋଇଥିବା କସ୍ତୁରୀ ସାମନ୍ତରାୟ ଙ୍କ ପିତାମାତା ଙ୍କୁ ସତରେ କଣ ନ୍ୟାୟ ମିଳିବ ।