ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନରେ ଆସିଲେ ବିଶ୍ୱବ୍ୟାଙ୍କର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

0

ବାରିପଦାରୁ ଦିଲ୍ଲୀପ ମହାନ୍ତି – ବିଶ୍ୱବ୍ୟାଙ୍କ ପକ୍ଷରୁ କର୍ଟ ଲାରସନ୍ଙ୍କ ନେତୃତ୍ୱରେ ଏବଂ ଅଭିଜିତ ଘୋଷ ପ୍ରମୁଖଙ୍କ ସହିତ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାନୁଆରୀ ୨୯ ସୋମବାର ପୂର୍ବାହ୍ନରେ ବାରିପଦା ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରିଦର୍ଶନରେ ପହଁଞ୍ଚିବା ପରେ ଏମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ କୃତ୍ତିବାସ ସାହୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ । ଅନୁଷ୍ଠାନ ଉନ୍ନୟନ ପ୍ରକଳ୍ପ ସମ୍ବନ୍ଧୀୟ ସମ୍ବଳ ଯୋଗାଣ ଉଦେ୍ଧଶ୍ୟରେ ଆସିଥିବା ଏହି ପ୍ରତିନିଧି ଦଳ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭିତ୍ତିଭୂମି, କୋଠାବାଡ଼ି, ବିଭିନ୍ନ ବିଭାଗର ପରୀକ୍ଷାଗାର(ଲ୍ୟାବୋରେଟୋରୀ), ଶ୍ରେଣୀଗୃହ, ଖେଳପଡ଼ିଆ, ଛାତ୍ର ଓ ଛାତ୍ରୀନିବାସ ଆଦିକୁ ବୋଲି ଦେଖିଥିଲେ । ଏହି ଅବସରରେ ସେମାନେ ମହାବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ରସଂସଦର ସଭାପତି ଓ ସଦସ୍ୟ, ଅଧ୍ୟୟନରତ ଛାତ୍ରଛାତ୍ରୀ, ଅଧ୍ୟାପନାରତ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖଙ୍କ ସହିତ ପୃଥକ ପୃଥକ ଭାବେ ଆଲୋଚନା ମାଧ୍ୟମରେ ଅନୁଷ୍ଠାନର ନାନାବିଧ ସୁବିଧା ସୁଯୋଗ ସହିତ ଅଭାବ ଅସୁବିଧା ଉପରେ ଅବଗତ ହୋଇଥିଲେ । ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ନବ ଗଠିତ କାର୍ଯ୍ୟନିର୍ବାହୀ କମିଟିର ସଭାପତି ଡ଼ଃ ବିଜୟ କୁମାର ଶର୍ମାଙ୍କ ସମେତ ସଦସ୍ୟମାନେ ବିଶ୍ୱବ୍ୟାଙ୍କର ପ୍ରତିନିଧିମାନଙ୍କୁ ସାକ୍ଷାତ କରି ଏହି ଅଗ୍ରଣୀ ଶିକ୍ଷା ଅନୁଷ୍ଠାନକୁ ଆଗାମୀ ଦିନରେ ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଏକ ଉକ୍ରର୍ଷ କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ସହାୟକ ହୋଇପାରିବା ଭଳି ଅନେକ ଗଠନମୂଳକ ପ୍ରସ୍ତାବମାନ ବିଶ୍ୱବ୍ୟାଙ୍କର ଦୁଇ ପ୍ରତିନିଧିଙ୍କ ସମ୍ମୁଖରେ ଉପସ୍ଥାପନ କରାଇଥିଲେ । ଏହି ସମୟରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇସି ସଦସ୍ୟ ଡ଼ଃ. ଚୈତନ୍ୟ ସୁନ୍ଦର ଦାଶ ଓ ଡ଼ଃ ବନଜା ମହାନ୍ତି ଉପସ୍ଥିତ ରହି ଅନୁଷ୍ଠାନର ଐତିହ୍ୟ ଏବଂ ସଫଳତା ସମ୍ବନ୍ଧରେ ଅବଗତ କରାଇଥିଲେ । ଏମାନଙ୍କ ବ୍ୟତୀତ ପ୍ରାକ୍ତନ ଅଧ୍ୟକ୍ଷ ହରିହର ଦାସ, ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଇସି  ଛତିଶ ଧଳ, ପ୍ରାକ୍ତନ ଉପାଧ୍ୟକ୍ଷ ଡ଼ଃ ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ବିଶ୍ୱବ୍ୟାଙ୍କର ଏହି ଉଚ୍ଚସ୍ତରୀୟ ପରିଦର୍ଶନକାରୀ ପ୍ରତିନିଧିମାନେ ମପସି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଆଗାମୀ ଦିନରେ ଏକ ଅଗ୍ର୍ର୍ର୍ର୍ର୍ରଣୀ ଶିକ୍ଷା ଅନୁଷ୍ଠାନ ରେ ପରିତ କରାଇବା ନିମନ୍ତେ ରହିଥିବା ସମସ୍ତ ଆବ ସୁବିଧାଗୁଡ଼ିକ ଦୂର କରିବା ଦିଗରେ ସହାୟତା ପ୍ରଦାନ କରିବାର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ବିଶ୍ୱବ୍ୟାଙ୍କର ଆଇଡ଼ିପି ସ୍କିମରେ ପାଣ୍ଠି ପାଇବା ନିମନ୍ତେ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯୋଗ୍ୟ ବିବେଚିତ ହୋଇଅଛି ।

Leave A Reply

Your email address will not be published.