ବଲାଙ୍ଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ରାଉତମୁଣ୍ଡା ଗାଁରେ ବାଣ ଫୁଟି ଭାଇଭଉଣୀ ଗୁରୁତର ଆହତ ହୋଇଛନ୍ତି । ଆହତଦ୍ୱୟ ହେଲେ ମୁନିରାମ ଛତିଆଙ୍କ ଝିଅ କବିତା (୫) ଓ ପୁଅ ଗଣେଶ (୩)। ଉଭୟଙ୍କୁ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମୁହଁ, ଗୋଡ଼ ଓ ହାତ ପୋଡ଼ି ଯାଇଥିବା ଜଣାପଡ଼ିଛି ।
ଗତକାଲି ମୁନିରାମ ଛତିଆଙ୍କ ପଡ଼ୋଶୀ ଘର ଝିଅର ବାହାଘର ଥିଲା। ଝିଅ ଘରକୁ ଶୋଭାଯାତ୍ରାରେ ଆସିବା ବେଳେ ବରଯାତ୍ରୀ ଦଳ ବାଣ ଫୁଟାଇ ଥିଲେ। ହେଲେ କିଛି ବାଣ ଫୁଟି ନଥିଲା। ରାସ୍ତାରେ ପଡ଼ିଥିବା ଅଫୁଟା ବାଣକୁ କିଛି ପିଲା ଆଣି ମୁନିରାମଙ୍କ ଘର ପାଖରେ ଫୋପାଡ଼ି ଦେଇଥିଲେ। ସେଠାରେ ମୁନିରାମଙ୍କ ଝିଅ ଓ ପୁଅ ଖେଳୁଥିବା ସମୟରେ କିଛି ବାଣ ଫୁଟି ଯାଇଥିଲା। ଫଳରେ ଦୁହେଁ ଆହତ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post