ବରଗଡ / ପାଇକମାଲ :- କେତେ ସ୍ବପ୍ନ ଦେଖିଥିଲା ତା ସିନ୍ଦୁରକୁ ନେଇ ! ହେଲେ ତା ସିନ୍ଦୁର ଯେ ଶାଶୂଘରେ ପାଦ ଦେଉ ଦେଉ ଦାଉ ସାଧିବା ସେଟା ଥିଲା ତା କଳ୍ପନା ବାହାରେ | ଅମଣିଷଙ୍କ ହାବୁଡ଼ରେ ପଶିଯାଇଥିଲା ସେ | ପ୍ରଥମ ଦିନରୁ ଆରମ୍ଭ ହୋଇଯାଇଥିଲା ତା ଉପରେ ନିର୍ଯାତନା |
ପାଇକମାଲ ବ୍ଲକ ଚିଂଦେଇକେଲା ଗ୍ରାମର ସୁଧାଂଶୁ ଶେଖର ନିଜର ଝିଅର ବାହାଘର ଗତ 19 ତାରିଖ ଦିନ ସମ୍ପୂର୍ଣ୍ଣ ରୀତିନୀତିରେ ପଟଣାଗଡ଼ ନିକଟସ୍ଥ ଖୁଂଟସମାଳାଇ ଗ୍ରାମର ମୋହନ ସେଠ (ପିତା- ଝସକେତନ ସେଠ)ଙ୍କର ସହିତ ନିଜ ବାସ ଭବନରେ କରିଥିଲେ । 20 ତାରିଖ ଦିନ ଝିଅ ବିଦା ହେଇ ଶାଶୁଘର ଯାଇଥିଲା । ସାମାଜିକ ପରମ୍ପରା ଅନୁଶାରେ ଶାଶୁଘରେ ଝିଅର ବନ୍ଦାପନା ହେବକଥା କିନ୍ତୁ ଶାଶୁଘରେ ପହଂଚିବା ପରଠାରୁ ଝିଅ ଉପରେ ଶାଶୁଘରର ଲୋକେ ନାନା ପ୍ରକାର ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ଏମିତିକି ଝିଅ ଶାଶୁଘର ଯିବାର ମାତ୍ର 2 ଦିନ ପରେ ଝିଅକୁ ଶାଶୁ ଘର ଲୋକେ ଧକ୍କା ମାରି ଘରୁ ବାହାର କରିଦେଇଥିଲେ । ଏହାସହିତ ପୋଲିସ କୁ ଏହି ଘଟଣା ବାବଦରେ କିଛି ନ କହିବାକୁ ଧମକ ଦେଇଥିଲେ । ଏହାପରେ ଝିଅଟି ଗତ 22 ତାରିଖରୁ 26 ତାରିଖ ପର୍ଯନ୍ତ ନିଜର ମାମୁ ଘରେ ଆତ୍ମଗୋପନ କରି ରହିଥିଲା । ଗତ କାଲି ଝିଅଟି ନିଜର ବାପା ସୁଧାଂଶୁ ଓ କିଛି ପାରିବାରିକ ଲୋକଙ୍କର ସହିତ ପାଇକମାଲ ଥାନାକୁ ଆଶି ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧଙ୍କର ନିକଟରେ ଉକ୍ତ ଘଟଣାର ଲିଖିତ ଅଭିଯୋଗ କରିଥିଲା । ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ତୁରନ୍ତ ଭାବରେ କାର୍ଯନୁଷ୍ଠାନ ଗ୍ରହଣ କରିଥିଲେ । ମୋହନ ସେଠ ଓ ତାର ପରିବାରକୁ ପାଇକମାଲ ଥାନାକୁ ଡକାଇ ବୁଝାବୁଝି କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ ହେଲେ କିଛି ସୁଫଳ ମିଳିନଥିଲା । ଝିଅର ଓ ତାର ପରିବାର ଲୋକଙ୍କର ଇଛା ମୁତାବକ ଥାନା ଅଧିକାରୀ ଝିଅ ବାହାଘର ପରେ ଶାଶୁ ଘରକୁ ନେଇଯାଇଥିବା ଉପହାର ସାମଗ୍ରୀ ସବୁକୁ ଜବତ କରି ଝିଅର ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ମୋହନ ସେଠ କୁ ଗିରଫ କରି କେଶ ନମ୍ବର 105/19 ଧାରା , 498 , 506 , 34 ଓ 4 DP act ରେ କୋର୍ଟ ଚାଲାଣ କରିଛନ୍ତି । ଏପଟେ ଝିଅର ପିତା ସୁଧାଂଶୁ କହିଛନ୍ତି ଯେ ଯେଉଁ ଘରେ ପ୍ରଥମ ଦିନରୁ ଝିଅକୁ ନିର୍ଯାତନା ଦେବାର ଆରମ୍ଭ କରାଯାଇଛି ସେ ଘରକୁ ପୁନର୍ବାର ସେ ଝିଅକୁ ପଠାଇବେ ନାହିଁ
Sign in
Sign in
Recover your password.
A password will be e-mailed to you.
Next Post