ନୀଳମଣି କଲେଜରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ।

10

ବସ୍ତା ୩/୧୧ ::ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୁଲ୍ୟ ରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ତପନ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ଥିଲେ। ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟ କ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରାଧ୍ୟାପକ ସରୋଜ କୁମାର ପାଣି,ଅଧ୍ୟାପିକା ପିନାକ୍ଷୀ ପଣ୍ଡା,ଇତିଶ୍ରୀ ମହାନ୍ତ ଓ ଅଧ୍ୟାପକ ଶ୍ରବଣ କୁମାର ନାୟକ ପ୍ରମୁଖ ବିଷୟ ବିଶେଷଜ୍ଞ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦୁର୍ନୀତି ଏକ ସାମାଜିକ ବ୍ୟାଧି ବୋଲି ମତବ୍ୟକ୍ତ କରିବା ସହ ଯୁବପିଢୀଙ୍କୁ ଏହି ମାରାତ୍ମକ ବ୍ୟାଧିଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ନୀତି ନିବାରଣର ଶପଥ ପାଠ କରାଯାଇଥିଲା।ଏହି ଅବସରରେ ସ୍ୱେଚ୍ଛାସେବୀ ରିଙ୍କି ମାଇତି, ମାନସୀ ସ୍ୱାଇଁ, ରଶ୍ମିତା ବେହେରା,ଜୟସ୍ମିତା ପରିଡ଼ା, ରାଜେନ୍ଦ୍ର ଦାସ, ଦୀନେଶ କୁମାର ଜେନା, ଧନଞ୍ଜୟ ନାୟକ ଓ ବାଦଲ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ । ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ଯାଇ ଜନସାଧାରଣଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରାଇଥିଲେ।ଶେଷରେ ରଞ୍ଜିତ କୁମାର ତପସ୍ୱୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.