ଭୋଜି ଖାଇବା ହେଲାକାଳ।

0

ପଦ୍ମପୁର(ନୀଲାମ୍ବର ଦୀପ) :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଝାଡା ଓ ବାନ୍ତିରେ ଆକ୍ରାନ୍ତ ହୋଇ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଓ ପାଇକମାଲ ଚିକିତ୍ସାଳୟରେ ଚିକିତ୍ସିତ ହୋଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ରବିବାର ଦିନ ଗ୍ରାମରେ ଆନନ୍ଦ ମୁଟକିଆ ନାମକ ଜଣେ ଗ୍ରାମବାସୀ ନିଜ ପୁଅର ଏକୋଇସିଆ ଭୋଜି ଖାଇ ଘରକୁ ଯିବା ପରେ କାହାକୁ ଝାଡା ତ ଆଉ କାହାକୁ ବାନ୍ତି ଆରମ୍ଭ ହୋଇଥିଲା।ଏହାପରେ ସନ୍ଧ୍ୟା ସମୟରୁ ଚିକିତ୍ସାପାଇଁ ନିଜ ନିଜ ସୁବିଧା ଅନୁଯାଇ କେତେ ଜଣ ପାଇକମାଲ ଚିକିତ୍ସାଳୟରେ ଆସି ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଏହା ମଧ୍ୟରେ ପୁରୁଷ ଏବଂ ମହିଳାଙ୍କ ସହ ବହୁ ଶିଶୁମଧ୍ୟ ରହିଛନ୍ତି। ବର୍ତମାନ ଏସ୍.ଡି.ଏମ୍.ଓ. ଙ୍କ ଠୁ ମିଳିଥିବା ସୂଚନା ଅନୁଯାଇ କେତେ ଜଣ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହୋଇଥିବା ବେଳେ କେତେ ଜଣ ବର୍ତମାନ ମଧ୍ୟ ଅବସ୍ଥା ସୁଧୀରି ପାରି ନାହିଁ

Leave A Reply

Your email address will not be published.