ବଲାଂଗୀର/ ନିରୋଜ ମିଶ୍ର : ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ଖବର ପାଇଁ ଘଟଣା ସ୍ଥଳକୁ ଗଲେ, ବହୁତ ଭଲ କଥା | ଅଫିସରଙ୍କୁ ଘଟଣା ସ୍ଥଳକୁ ଡକାଇ ରାସ୍ତାକାମ ତଦାରଖ କଲେ , ଆହୁରି ଭଲ କଥା | ଦୁନୀତିଗ୍ରସ୍ତ ଅଫିସରଙ୍କୁ ସର୍ବ ସମକ୍ଷରେ ଅପଦସ୍ତ କରାଇବା ଉଚିତ | ହେଲେ ତାପରେ ଯାହା ହେଲା ସେଥିରେ ସାମୟିକ ଭାବ ପ୍ରବଣତା ବଶବର୍ତ୍ତୀ ହୋଇ ଲୋକଙ୍କୁ ଖୁସି କରାଇବା ପାଇଁ ବିଧାୟକ ଯେଉଁ କାର୍ଯ୍ୟ କରାଇଲେ ସେଠି ମସ୍ତବଡ ଅପରାଧ ହେଲା | କାରଣ ଦଣ୍ଡ ଦେବା ଅଧିକାର କେବଲ ଅଦାଲତ ପାଖରେ | ଆଉ ଯେଉଁ ଭୁଲ ପାଇଁ ଆଜି ପୋଲିସ ଖାପଚରେ ବିଧାୟକ | ଆଉ ଏବେ ଏ ବେଳରେ ନା ପିଠିରେ ପଡିଲା ଦଳ ନା ସାମନାକୁ ଆସିଲେ ଲୋକ |
ଆମେ କାହାକଥା କହୁଛୁ ପାଠକ ବୁଝି ପାରୁଥିବେ | ସେ ହେଉଛନ୍ତି ପାଟଣା ମହାରାଜ କନକ ବର୍ଦ୍ଧନ ସିଂଦେଓଙ୍କ ଭଳି ଅପରାଜେୟ ନେତାଙ୍କୁ ହରାଇ ବିଧାୟକ ହୋଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ କଥା | ଆଉ ଏ କଥାରୁ ସବୁ ବିଧାୟକ ଜଣେ ଲୋକ ପ୍ରତିନିଧିର ଆଚରଣ ଉଚ୍ଚାରଣ ଓ ସଂଯମତା କେନିଟି ହେବ ଉଚିତ ସରୋଜ ମେହେରଙ୍କ ଘଟଣାକ୍ରମରୁ ବାର୍ତ୍ତା ମିଲିଛି | କିଛିଦିନ ବିଳମ୍ବ ହେଲେବି ଶେଷରେ ପାଟଣାଗଡ଼ ବିଧାୟକ ଶ୍ରୀ ମେହେରଙ୍କ ନିକଟରେ ପହଞ୍ଚିଛି ଆଇନର ହାତ । ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍ବସ୍ କରିବା ଘଟଣାରେ ଆଜି ତାଙ୍କୁ ପାଟଣାଗଡ଼ ପୁଲିସ୍ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ ଏଡିଜେଙ୍କ କୋର୍ଟରେ ହାଜରକରାଯାଉଥିବା ଜଣ ପଡିଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ପୁଲିସ୍ ତାଙ୍କୁ ନୂଆପଡ଼ାରୁ ବଲାଙ୍ଗିର ଆଣିଥିଲା। ନୂଆପଡ଼ାରେ ସେ ଏକ ହୋଟେଲରେ ଥିଲେ। ପୁଲିସ୍ ତାଙ୍କୁ ବଲାଙ୍ଗିର ନିକଟସ୍ଥ ମନୋହରପୁର ବାରାକ୍ରେ ରଖି ମାରାଥନ ଜେରା କରିଥିଲା। ଏସ୍ପି ଏସ୍. ଶିବା ସୁବ୍ରମଣି ମଧ୍ୟ ନିଜେ ତାଙ୍କୁ ଜେରା କରିଥିଲେ। ଏହା ପରେ ଏକ ଘରୋଇ ଗାଡ଼ି ଯୋଗେ ତାଙ୍କୁ ପାଟଣାଗଡ଼ ଥାନା ଅଣାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଥାନାରେ ଏସ୍ପି ବି ଉପସ୍ଥିତ ଥିଲେ।ଉଠ୍ବସ୍ ଘଟଣାରେ ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ସ୍ୱାମୀଙ୍କୁ ବିଧାୟକ ଶାରୀରିକ ନିର୍ଯାତନା ଦେବା ସହିତ ଜାତିଆଣ ଆକ୍ଷେପ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଆଇପିସି ଓ ଏସ୍ସି ଏବଂ ଏସ୍ଟି ଆକ୍ଟରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏହା ପରେ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ବର୍ଗରୁ ଚାପ ପଡ଼ିଥିଲା। ବଲାଙ୍ଗିର ଜିଲ୍ଲା ଡିପ୍ଲୋମା ଇଞ୍ଜିନିୟର ସଂଘ ସହିତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ଏପରିକି ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଚେତାବନୀ ଦେଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post