ନରସିଂହ ମିଶ୍ର ହେଲେ ବିଧାୟକ ଦଳ ନେତା

0

ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ନେତା ହୋଇଛନ୍ତି ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର | ଯଦିଓ କଂଗ୍ରେସ ଦଳ ଗତ ନିର୍ବାଚନରେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରି ଭୁଇଁଚାଟିଛି ଆଉ ତୃତୀୟ ସ୍ଥାନକୁ ଚାଲିଯାଇଛି, ତଥାପି ଅନଧିକାରିକ ଭାବେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଭୂମିକା, ବିତର୍କ ତୁଳନାତ୍ମକ ଭାବେ ଅନ୍ୟ ବିଧାୟକ ବା ବିରୋଧୀ ଦଳ ନେତାଙ୍କ ଠାରୁ ଗୁରୁତ୍ୱପୂର୍ଣ ରହିବ ବୋଲି ରାଜନୈତିକ ମହଲରେ ଚର୍ଚା ହେଉଛି | କାରଣ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀରୁ  ଚଳିତ ବିଧାନ ସଭାକୁ ପୁନଃ ନିର୍ବାଚିତ ହୋଇଥିବା  ନରସିଂହ ମିଶ୍ର ଯେ ସର୍ବାଧିକ ଅଭିଜ୍ଞ ତଥା ପ୍ରଜ୍ଞାବାନ ବିଧାୟକ, ଏହା ନିଃସନ୍ଦେହ |

Leave A Reply

Your email address will not be published.