ନୀଳଗିରି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡି, ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ମା’ ଭୂଧାରଚଣ୍ଡୀଙ୍କୁ କଲେ ଦର୍ଶନ।

8


ନୀଳଗିରି, ୨୬/୧୧: ଆଜି ନୀଳଗିରି ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡି। ନୀଳଗିରି ଗରଡ଼ିହି ପଞ୍ଚାୟତ ଅନ୍ତର୍ଗତ ଅସ୍ତରୁଖି ଗ୍ରାମର ଶ୍ୟାମସୁନ୍ଦର ମାଝୀଙ୍କ ମା’ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ରହିଛି। ନୀଳଗିରିରେ ପହଞ୍ଚିବା ପରେ ପ୍ରଥମେ ସେ ନୀଳଗିରିର ପ୍ରସିଦ୍ଧ ଜଗନ୍ନାଥ ଓ ଲକ୍ଷ୍ମୀ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ମନ୍ଦିର ସେବାୟତଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ଏକ ଫଟୋଚିତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା।
ସେହିପରି ସଜନାଗଡ଼ସ୍ଥିତ ମା’ ଭୂଧାରଚଣ୍ଡୀଙ୍କ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ପ୍ରିୟଫଙ୍କା ମାରାଣ୍ଡି।
ଏହି ଗସ୍ତ ଅବସରରେ ସଜନାଗଡ଼ ପଞ୍ଚାୟତର ଅଜୟ କୁମାର ରାଉତ, ସଞ୍ଜୟ କୁମାର ପଣ୍ଡା, ଦୀପକ ଦାସବାବୁ, ଚକ୍ରଧର ବେହେରା, ସୁଜିତ୍ ରଣାସିଆ ଓ ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ଫୁଲତୋଡ଼ା ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ପ୍ରଥମଥର ପାଇଁ ଏହି ମନ୍ଦିରକୁ ଗସ୍ତରେ ଆସିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଓ ଉପସ୍ଥିତ ବ୍ୟକ୍ତିମାନେ ବେଶ୍ ଖୁସି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.