ମାଲକାନଗିରି,(ସୁରେନ୍ଦ୍ର କୁମାର ବେମାଳ) ତା ୨୬/୧୧ ରାସ୍ତା ଓ ବ୍ରିଜ୍ ନଥିବାରୁ ଆଜିବି ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ବାଭିମାନ ଅଞ୍ଚଳବାସୀ । ଚିତ୍ରକୋଣ୍ଡା ବ୍ଲକ ଯନ୍ତ୍ରୀ ପଞ୍ଚାୟତର ଅଲିଂପଡ଼ା ଗ୍ରାମର ମଙ୍ଗଳା ହନ୍ତାଳ ଗୁରୁତର ଅସୁସ୍ଥ ହେବାରୁ ପରିବାର ଓ ଗ୍ରାମବାସୀ ତାଙ୍କୁ ଖଟିଆରେ ଭାର କରି ଗୁମ୍ମା ଚିକିତ୍ସାଳ ତ୍ସାଳୟକୁ ନେଇଥିଲେ | ପ୍ରାୟ ୬ କିଲୋମିଟର ରାସ୍ତା ଏଭଳି ଅତିକ୍ରମ କରିବା ସହ ଆଣ୍ଠୁଏ ପାଣିରେ ନଦୀ ପାର ହେବାକୁ ପଡ଼ିଥିଲା। ଗ୍ରାମକୁ ଯାତାୟାତ ପାଇଁ ରାସ୍ତା ଓ ବ୍ରିଜ୍ ନିର୍ମାଣ ପାଇଁ ଗ୍ରାମବାସୀ ବହୁବର୍ଷ ଧରି ଦାବୀ କରିଆସୁଛନ୍ତି। ଏନେଇ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ସହ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି। ତଥାପି ସମସ୍ୟାର ସମାଧାନ ହୋଇନଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ବଢ଼ୁଛି। ରୋଗୀଙ୍କୁ ଏଭଳି ଭାରରେ ବୋହି ନେବା ଘଟଣା ଗାଁର ଦୁର୍ବିସହ ଯାତାୟାତ ସମସ୍ୟାକୁ ପୁଣି ଥରେ ପଦାରେ ପକାଇଛି।