ନୀଳଗିରି,ତା,୨୬/୧୧-ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷା ପ୍ରଫେସର ମଞ୍ଜୁଶ୍ରୀ ପଣ୍ଡାଙ୍କ ପୌରୋହିତ୍ୟରେ ସମ୍ବିଧାନ ଗୌରବ ଦିଵସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ତାଙ୍କର ଉଜ୍ଵସିନୀ ବକ୍ତବ୍ୟ ମାଧ୍ୟମରେ ସ୍ବାଧୀନ ଭାରତର ଏକତା ସମାନତା ସାର୍ବଭୌମତ୍ଵ ଆଧାରରେ ପ୍ରତିଟି ଭାରତୀୟର ନାଗରିକ ଅଧିକାର ସାବ୍ୟସ୍ତ ପାଇଁ କର୍ତ୍ତବ୍ୟବୋଧ ପ୍ରତି ଦୃଷ୍ଟିକୋଣ ନିର୍ମାଣ କରିବାର ଦାୟିତ୍ୱ ଅଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ଯମାନଙ୍କ ମଧ୍ୟରେ ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟରଞ୍ଜନ ଷଡଙ୍ଗୀ, ରାଜନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ମୌସୁମୀ ଭୋଳ ମଞ୍ଚାସୀନ ହୋଇ ସଂବିଧାନ ସମ୍ପର୍କିତ ତଥ୍ଯ ଉପସ୍ଥାପନ କରିଥିଲେ । ସେହିପରି ଛାତ୍ର ସଂସଦ ସଭାପତି କୁମାରୀ ପୁଷ୍ପଲତା ବେହେରା, ଉପସଭାପତି ଜ୍ୟୋତ୍ସ୍ନାରାଣୀ ମଲ୍ଲିକ, ସମ୍ପାଦିକା ମଧୁସ୍ମିତା ବଳ ଓ ସହ ସମ୍ପାଦିକା ପ୍ରିୟଙ୍କା ଦାସ ଯୋଗଦେଇ ନିଜନିଜ ବକ୍ତବ୍ୟ ପ୍ରକାଶ କରିଥିଲେ । ସମସ୍ତ କାର୍ଯ୍ଯକ୍ରମକୁ ଅଧ୍ୟାପକ ଡ. ପ୍ରଦୀପ୍ତ କୁମାର ମିଶ୍ର ସଂଯୋଜନା କରିଥିବାବେଳେ ଡ. ହରିପଦ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ନୀଳଗିରିର ବୁଦ୍ଧିଜିବୀ, ସାମ୍ୱାଦିକଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଙ୍କ ସହ ସମସ୍ତଛାତ୍ରୀ ଯୋଗ ଦେଇଥିଲେ ।