ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ବିଧାନ ଦିବସ ଅବସରରେ ମେରା ଯୁବା ଭାରତ ଗଜପତି ପକ୍ଷରୁ ରାୟଗଡ଼ା ବ୍ଲକ୍ର ସେବକପୁରସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ‘ବିକଶିତ ଭାରତ ଯୁବ ସଂବାଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଡାକ୍ତର ତୁଫାନ ନାୟକ , ଶ୍ରୀମତୀ ରଶ୍ମିତା କୁମାରୀ ପାତ୍ର ଏବଂ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ। ଏଥିସହ ଯୁବ ଆଇକନ୍ ଶ୍ରୀ ବରେଣ୍ୟ ରଇତା ମଧ୍ୟ ଉପସ୍ଥିତ ରହିଥିଲେ।
କାର୍ଯ୍ୟକ୍ରମର ଶୁଭାରମ୍ଭ ଦୀପ ପ୍ରଜ୍ୱଳନ ଓ ଅତିଥିମାନଙ୍କୁ ସ୍ୱାଗତ ସହିତ କରାଯାଇଥିଲା। ପରେ ମାଇ ଭାରତ କର୍ମଚାରୀ ଶ୍ରୀ ଭି. ଭବାନୀ ପ୍ରସାଦଙ୍କ ଦ୍ୱାରା ଅତିଥି ଓ ଯୁବ ଆଇକନ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ନିଜ ବକ୍ତବ୍ୟରେ ଭାରତୀୟ ସମ୍ବିଧାନର ମୂଲ୍ୟବୋଧ , ଯୁବପିଢ଼ିଙ୍କ ଦାୟିତ୍ୱ ଏବଂ ଏକ ବିକଶିତ ଭାରତ ଗଠନରେ ଯୁବସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହାପରେ ଯୁବ ଆଇକନ୍ ଶ୍ରୀ ବରେଣ୍ୟ ରଇତା ‘ବିକଶିତ ଭାରତ @ ୨୦୪୭’ ଏବଂ ‘ନିଶାମୁକ୍ତ ଯୁବପିଢ଼ି’ ବିଷୟବସ୍ତୁ ଉପରେ ଏକ ସଚେତନତାମୂଳକ ଉପସ୍ଥାପନା ଦେଇଥିଲେ। ଏଥିସହ ନିଶାଦ୍ରବ୍ୟ ସେବନର କୁପ୍ରଭାବ ସମ୍ପର୍କରେ ଏକ ସଚେତନତାମୂଳକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ମିଳିତ ଭାବେ ପାଠ କରି ସମ୍ବିଧାନର ମୂଳ ଆଦର୍ଶ ଓ ମୂଲ୍ୟବୋଧକୁ ସମ୍ମାନ ଜଣାଇଥିଲେ। ମାଇ ଭାରତ କର୍ମଚାରୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ଭେମୁଲୱାଡାଙ୍କ ନିର୍ଦ୍ଦେଶନାରେ ମାଇ ଭାରତ , ଗଜପତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଏ. ମହେଶ୍ୱର ରାଓ ଓ ଶ୍ରୀ ଭି. ଭବାନୀ ପ୍ରସାଦ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post