ଅସୁସ୍ଥ ମାଈ ହାତୀର ମୃତ୍ୟୁ

0

  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ପୋଡ଼ାଡିହା ସେକସନ ଭୁବିଘାଟ ଜଙ୍ଗଲରେ ଏକ ୩୫ ବର୍ଷର ମାଈ ହାତୀର ଗତ କାଲି ମୃତ୍ୟୁ  ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତ ମାଈ ହାତୀଟର ପାଦରେ ଆଘାତ ଲାଗିଥିବା କାରଣରୁ ଏକ ସପ୍ତାହ ଧରି ଅସୁସ୍ଥ ରହିଥିଲା ବୋଲି ବନ ବିଭାଗ ପ୍ରକାଶ କରିଛି । ଗତ କାଲିର ଏହି ମୃତ ମାଈ ହାତୀକୁ ମିଶାଇ ୧୦ ଦିନ ମଧ୍ୟରେ କପ୍ତିପଦା ରେଞ୍ଜରେ ଦୁଇଟି ମାଈ ହାତୀର ମୃତ୍ୟୁହୋଇଥିବାର ଜଣାପଡ଼ିଛି । ଗତ ଜୁନ ୯ରେ କପ୍ତିପଦା ରେଞ୍ଜ ପୁଙ୍ଗିଆ ଜଙ୍ଗଲରେ ଗୋଟାଏ ମାଈ ହାତୀର ମୃତ ଦେହକୁ କପ୍ତିପଦା ବନ କର୍ମଚାରୀମାନେ ଠାବ କରିବା ପରେ ଜୁନ ୧୭ରେ ଅନ୍ୟ ଏକ ମାଈ ହାତୀର ମୃତୁ୍ୟ ବନ ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଇଛି ।

Leave A Reply

Your email address will not be published.