ବର୍ଷାଦିନର କୃତ୍ରିମ ବନ୍ୟାର ସମାଧାନ ପାଇଁ ସଦର ବିଧାୟକଙ୍କ ମାଷ୍ଟର ପ୍ଲାନ

0

ବାଲେଶ୍ୱର,(ଉଜ୍ଜ୍ୱଳ କର ): ବାଲେଶ୍ୱରବାସୀଙ୍କ ବହୁ ପ୍ରତିକ୍ଷିତ ସମସ୍ୟାର ସମାଧାନ ପାଇଁ ସଦରର ନବନିର୍ବାଚିତ ବିଧାୟକ ମଦନ ମୋହନ ଦତ୍ତ ସହରର ଷ୍ଟେସନ ଛକ ଠାରୁ ପାତ୍ରପଡା ଛକ ଭାୟା ଗଡଗଡିଆ ଛକ (୪.୭୦୦) ଏବଂ ଗୋଲାପୋଲ ଠାରୁ ଫକୀର ମୋହନ କଲେଜ ଛକ ଭାୟା ଚୂନଭାଟ (୩.୦) ଏହି ଦ୍ୱୟ ପ୍ରମୁଖ ରାସ୍ତାକୁ ପୂର୍ତ୍ତ ବିଭାଗ-୨ର ମୁଖ୍ୟ ଯନ୍ତ୍ରୀ ଶ୍ରୀ ଆଲୋକ କୁମାର ମହାନ୍ତିଙ୍କ ସମେତ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିତ୍ରସେନ ରାଉତ, ବି.ଏସ୍.ଏନଏଲ., ଜଙ୍ଗଳ ବିଭାଗ, ଜନ ସ୍ୱାସ୍ଥ୍ୟ ଏବଂ ନେସ୍କୋ ବିଭାଗର ଅଧିକାରୀଙ୍କ ସହ ମିଳିତ ଭାବେ ପରିଦର୍ଶନ କରିଥିଲେ । ଏହି ଦୁଇ ରାସ୍ତାର ପ୍ରଶସ୍ତିକରଣ ହେବା ସହ ପାଶ୍ୱର୍ବର୍ତ୍ତୀ ନାଳର ଉଚ୍ଚତା ମଧ୍ୟ ବୃଦ୍ଧି କରାଯିବ । ଏହା ସହିତ ଆଜିମା ବାଦ ଛକ, ସିନେମା ଛକ, କୌଶଲ୍ୟା  ଛକ ଏବଂ ସୁନହଟ ଛକ ପ୍ରଭୃତି ବର୍ଷାରେ ବିଶେଷ ପ୍ରଭାବିତ ହେଉଥିବା ବେଲେ ଏହି ସ୍ଥାନରେ ନୂତନ ଉଚ୍ଚ କଲଭଟ୍ କାରଯାଇ ଜଳ ନିଷ୍କାସନ ପାଇଁ ମହାନାଲ ସହ ସଂଯୋଗ କରାଯିବ । ବିଗତ ବର୍ଷା ଦିନରେ ସହରର ଏହି ମୁଖ୍ୟ ରାସ୍ତା ପାଖରେ ଥିବା ନାଳ ଜାମ ହୋଇ ନାଳ ପାଣି ରାସ୍ତା ଉପରେ ପ୍ରବାହିତ ହୁଏ ଯାହାଫଳରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡେ । ରାସ୍ତାରେ ସ୍ଥାନେ ସ୍ଥାନେ ଛୋଟ ବଡ ଖାଲ ଯୋଗୁଁ ସାଧାରଣ ଲୋକ ମାନେ ନାଇ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏହି ରାସ୍ତାର କାର୍ଯ୍ୟ ସମାପନ ହୋଇଗଲେ ବାଲେଶ୍ୱର ସହରବାସୀଙ୍କ ବହୁ ଦିନର ଆଶା ପୂରଣ ହେବା ସହ ବର୍ଷା ପାଣି ନିଷ୍କାସନ ପାଇଁ ସୁବିଧା ମଧ୍ୟ ହେବ । ଆସନ୍ତା ସପ୍ତାହ ମଧ୍ୟରେ ପୂର୍ତ୍ତ ବିଭାଗ-୨ ତରଫରୁ ସମସ୍ତ ବିଭାଗକୁ ଉକ୍ତ ରାସ୍ତାର ପ୍ରଶସ୍ତିକରଣ ସମୟରେ ଉଚ୍ଛେଦ ପାଇଁ ବ୍ୟୟବରାଦ କରାଯିବ ଏବଂ ଜିଲ୍ଲାପାଳ, ଦହସିଲଦାରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କାରାଯିବ ବୋଲି ଶ୍ରୀ ଦତ୍ତ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.