୩ଦିନରେ ଉଚ୍ଚସ୍ତରୀୟ ବୈଠକ: ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶକ୍ତି ଓ ରାଜସ୍ୱ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

0

ଭୁବନେଶ୍ୱର : ଆଜି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ସଭାପତି ଶ୍ରୀ ସୁବାସ ସିଂହଙ୍କ ନେତୃତ୍ୱରେ ରାଜ୍ୟ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟି ବିଦୁ୍ୟତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଯଥା- ବିଭାଗରେ ଦୁର୍ଘଟଣା ଜନିତ ମୃତ୍ୟୁରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ସହିତ ଥଇଥାନ ବ୍ୟବସ୍ଥା କରିବା, ଠିକା ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବା, ପ୍ରଶାସନିକ ଓ ବୈଷୟିକ କୁଶଳୀ ଶ୍ରମିକମାନଙ୍କ କ୍ଷେତ୍ରରେ ଥିବା ଦରମାର ତାରତମ୍ୟକୁ ଦୂର କରିବା, ବକେୟା ଦରମାର ଶତପ୍ରତିଶତ ପୈଠ କରିବା, ଓପିଟିସିଏଲରେ ଜେଏମ୍‍ଓଟି ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କର ୩ବର୍ଷ ତାଲିମ ସମୟ ପରେ ସେମାନଙ୍କୁ କୁଶଳୀ ଶ୍ରମିକ ହିସାବରେ ବେତନ ଦେବା ସଂପର୍କରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ କର୍ମଚାରୀମାନଙ୍କ ସମସ୍ୟା ସଂପର୍କିତ ଏକ ସ୍ମାରକପତ୍ର ମନ୍ତ୍ରୀଙ୍କୁ ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା । ଆଗାମୀ ୩ଦିନ ମଧ୍ୟରେ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ମାନ୍ୟବର ମନ୍ତ୍ରୀ ଭେଟିଥିବା ପ୍ରତିନିଧି ଦଳଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସଂପାଦକ ଅମର ଜୁମର ପ୍ରତାପ ସିଂହ, ସାଂଗଠନିକ ସଂପାଦକ ବିଜୟ କୁମାର ଭୁଜବଳ, ସଂପାଦକ କୁମାର ଜିତେନ୍ଦ୍ର ବିଶ୍ୱାଳ, ମନୋରଞ୍ଜନ ବିଶ୍ୱାଳ ଓ ଦେବବ୍ରତ ରାଉଳ, ଜ୍ଞାନ ରଞ୍ଜନ ବାରିକଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.