ଜଣାଶୁଣା ସମାଜସେବୀ ମୋହରିର ବଳରାମ ସ୍ୱାଇଁଙ୍କ ବିୟୋଗ

0

ବ୍ୟାସନଗର:(ଯାଜପୁର ରୋଡ଼) ପବିତ୍ର ସ୍ନାନପୂର୍ଣ୍ଣିମା ତିଥିରେ ଯାଜପୁର ଜିଲ୍ଲାର ବରିଷ୍ଠ  ମୋହରିର ତଥା ଜଣାଶୁଣା ସମାଜସେବି  ବଳରାମ ସ୍ୱାଇଁଙ୍କର  ନହକାସ୍ଥିତ ବାସଭବନରେ ୭୬ବର୍ଷରେ ଦେହାନ୍ତ ହୋଇ ଯାଇଛି । ବିକ୍ରୀକର, ଆୟକର, ଦ୍ରବ୍ୟସେବା କର ମାମଲାରେ ବରିଷ୍ଠ ଆଇନଜୀବୀ  ସ୍ୱର୍ଗତଃ ମଦନ ମୋହନ ସ୍ୱାଇଁଙ୍କ ନିକଟରେ ଦୀର୍ଘ ୩୫ବର୍ଷ କାର୍ଯ୍ୟକରି ଜିଲ୍ଲାରେ ଜଣେ ଦକ୍ଷ ମୋହରିର ଭାବେ ସୁନାମ ଅର୍ଜନ କରିଛନ୍ତି । ନହକା ପ୍ରାଥମିକ ବିଦ୍ୟାଳୟର ସଭାପତି, ରାଧାକୃଷ୍ଣ ବାଳିକା ବିଦ୍ୟାଳୟର ସଂପାଦକ ଭାବେ ସୁଚାରୁ ରୁପେ କାର୍ଯ୍ୟନିର୍ବାହ କରିଥିଲେ । ଯାଜପୁର ଜିଲ୍ଲାର ଟ୍ୟାକ୍ସବାର ସଙ୍ଘର ସଭାପତି ଓ ସଂପାଦକ ସମବେଦନା ଜଣାଇବା ସହ ଅଜୟ ବିଶ୍ୱାଳ, ମହାମାୟା ପ୍ରତାପ ସ୍ୱାଇଁ , ସସ୍ମିତା ସ୍ୱାଇଁ, ସତ୍ୟମ୍ ସତ୍ୟଦର୍ଶୀ ପାତ୍ର, ରତିକାନ୍ତ ବେହେରା, ଧନେଶ୍ୱର ବରିକ, ବିଜୟ ଜେନା  ଓ ସମାଜସେବୀ ଦେବେନ୍ଦ୍ର ସାମଲ ତାଙ୍କ ବାସଭବନରେ ପହଁଞ୍ଚି ଶେଷ ଦର୍ଶନ କରିଥିଲେ ।ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତେ୍ୟାଷ୍ଟି କ୍ରିୟା ସମ୍ପର୍ଣ୍ଣ ହେବା ସହିତ ତାଙ୍କର ନାତି ସୈାମ୍ୟରଞ୍ଜନ ମୁଖାଗ୍ନି ଦେଇଥିବା ବେଳେ ଏକମାତ୍ର ପୁଅ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.