ସାମ୍ବାଦିକ ସୁନୀଲ ବେହେରାଙ୍କ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଶୋକସଭା

0

ବଲାଙ୍ଗୀର,(ନିରୋଜ ମିଶ୍ର )- ଟିଟିଲାଗଡ଼ର ବରିଷ୍ଠ  ସାମ୍ବାଦିକ ସ୍ୱର୍ଗତ ସୁନୀଲ ବେହେରାଙ୍କ ଅକାଳ ବିୟୋଗରେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଆଜି ସଂଧ୍ୟାରେ ସଂଘର ଉପସଭାପତି ବଳରାମ ମିଶ୍ରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଶୋକସଭାରେ ପ୍ରଥମେ ଏହି ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା ଲଳିତ ନାୟକଙ୍କ ସମେତ ବରିଷ୍ଠ  ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ଶଙ୍କର ପ୍ରସାଦ ମିଶ୍ର ଚନ୍ଦ୍ରଭାନୁ ମୌଲାନା, ସତ୍ୟସୁନ୍ଦର ଭଞ୍ଜ, ଦୀପକ ପୁରୋହିତ, ଶରତ ମହାକୁଡ, ସୁନୀଲ ମହାନ୍ତି, ବୀରେନ୍ଦ୍ର ଝାଙ୍କର, ରଘୁ ନନ୍ଦନ ସିଂହ, ନିରୋଜ ମିଶ୍ର ପ୍ରମୁଖ ସ୍ୱର୍ଗତ ବେହେରାଙ୍କ ସ୍ମୃତି ଚାରଣ କରି ସଂଘ ଜଣେ କର୍ମନିଷ୍ଠ ତଥା ସାଲିସବିହୀନ ସାମ୍ବାଦିକକୁ ହରାଇଲା ଏବଂ ସେ ଚିର କାଳ ଧରି ଆମ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ଏହି ଅବସରରେ ସ୍ୱର୍ଗତ ସୁନୀଲ ବେହେରାଙ୍କ ପରିବାରକୁ ସଂଘ ତରଫରୁ ସହଯୋଗର ହାତ ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ସୁଧୀର ପଣ୍ଡା, ଶରତ ଚନ୍ଦ୍ର ମିଶ୍ର, ସନ୍ଦୀପ କୁମାର କୁଅଁର, ନବୀନ ପଶାୟତ, ଘଟେଶ୍ୱର ମିଶ୍ର, ସୁଧୀର ମିଶ୍ର, ସଚ୍ଚିଦାନନ୍ଦ  ବଗର୍ତ୍ତି, ପ୍ରଶାନ୍ତ ମହାକୁଡ, ବିଭୁକଲ୍ୟାଣ ଗଡତ୍ୟା, ଯୁଧିଷ୍ଟିର ମେହେର, ରଞ୍ଜିତ ବେହେରା, ଆକୁଳ ବେହେରା, ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । 

Leave A Reply

Your email address will not be published.