ଛିଃ ଛିଃ ……..ଜୀବନ କଣ ଜାଣିବା ଆଗରୁ ଜୀବନ ଯନ୍ତ୍ରଣା

0 1

ବରଗଡ଼- ୩ ବର୍ଷର ଝିଅଟିଏ। ଦୁନିଆ କ’ଣ, ଭଲ କରି ଦେଖିନି କି ଜାଣିନି। ତା’ ପୂର୍ବରୁ ଝିଅଟି ମୁଣ୍ଡାଇଛି କଳଙ୍କର ବୋଝ। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ତାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଇଛି।ପୂରା ଘଟଣା ଏମିତି। ଆଜି ଓଡ଼ିଶାର ଗଣ ପର୍ବ ରଜ। ଏହାକୁ ସମଗ୍ର ଓଡ଼ିଶାରେ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି। କିନ୍ତୁ ଏହା ପୂର୍ବରୁ ଅର୍ଥାତ ଗତକାଲି ସନ୍ଧ୍ୟା ବେଳେ ଏହି ଲଜ୍ଜାଜନକ ଘଟଣା ଘଟିଛି ପଦ୍ମପୁର ଥାନା ଅଞ୍ଚଳରେ। ୩ ବର୍ଷର ଝିଅଟି ସାଙ୍ଗମାନଙ୍କ ସହ ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଜଣେ ୧୫ ବର୍ଷର ବାଳକ ତାକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଖବର ଜଣାପଡ଼ିବା ପରେ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ ନାବାଳିକାଙ୍କ  ମାଆ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ପରେ ନାବାଳକକୁ ତା’ ଘରୁ ଗିରଫ କରି ଡାକ୍ତରୀମାଇନା ପାଇଁ ପଠାଇଛି। ଏପରିକି ପୀଡ଼ିତାଙ୍କୁ ମଧ୍ୟ ଡାକ୍ତରୀ ମାଇନା କରିଛି। ପରେ ଅଭିଯୁକ୍ତ ନାବାଳକଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.