“ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତ୍ରୀତ୍ୱ ଓଡିଶାର ଗ୍ରାମାଂଞ୍ଚଳରେ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବ”

0

 ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପ୍ରତାପଙ୍କ ଭେଟିଲେ ସାହ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ପରିଷଦରେ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ଓଡ଼ିଶାର ମୋଦି ଭାବେ ଜାତୀୟ ଗଣମାଧ୍ୟମରେ ପରିଚିତ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ କରିଛନ୍ତି ବଜରଙ୍ଗ ଦଳର ତାଙ୍କ ପୂର୍ବତନ ପ୍ରମୁଖ ସହକର୍ମୀ ତଥା ଯୁବ ବିଜେପି ନେତା ପ୍ରଦୀପ ସାହ | ଶ୍ରୀ ସାହ ଏହି ଅବସରରେ  ଆଲୋଚନା ସମୟରେ ବଜରଙ୍ଗ ଦଳ ବେଳର ସ୍ମୃତିଚାରଣ କରିବା ସହ ମନ୍ତ୍ରୀ ଶ୍ରୀ ଷଡଙ୍ଗୀଙ୍କୁ ତାଙ୍କର ଅନନ୍ୟ ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇଥିଲେ | ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦି  ରୁଷି ପ୍ରତିମ ବ୍ୟକ୍ତି ଶ୍ରୀଯୁକ୍ତ ଷଡଙ୍ଗୀଙ୍କୁ ଯେଉଁ ମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ କରିଛନ୍ତି ତାହା ଅନେକାଂଶରେ ଓଡ଼ିଶାରେ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାରେ ସହାୟକ ହୋଇପାରିବ ବୋଲି ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ଥିବା ଶ୍ରୀ ସାହ ଆଶାବ୍ୟକ୍ତ କରିଛନ୍ତି | ସୂଚନାଯୋଗ୍ୟ ଶ୍ରୀଯୁକ୍ତ ଷଢଙ୍ଗି ଓଡିଶା ବଜରଙ୍ଗ ଦଳର ସଭାପତି ଥିବା ବେଳେ ଶ୍ରୀ ସାହ ଭୁବନେଶ୍ୱର ସଂଗଠନ ଦାୟିତ୍ୱରେ ଥିଲେ | ପରବର୍ତ୍ତୀ ସମୟରେ ଶ୍ରୀ ସାହ ମନ୍ତ୍ରୀ ଶ୍ରୀ ଷଢଙ୍ଗୀଙ୍କ ରାଜନୈତିକ ଯାତ୍ରାରେ ଜଣେ ସହଯୋଗୀ ଭାବେ ରହି ଆସିଛନ୍ତି | 

Leave A Reply

Your email address will not be published.