ଜଗତସିଂହପୁର ମୁଖ୍ୟ ମେଡିକାଲ ପାଇଖାନା ପ୍ୟାନ ଭିତରେ ନବଜାତ ମୃତ ଶିଶୁ

0

ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ମୁଖ୍ୟ ମେଡିକାଲ ପ୍ରସୂତି ବିଭାଗ ନିକଟରେ ଥିବା ପାଇଖାନା ପ୍ୟାନ ଭିତରୁ ଏକ ନବଜାତ ମୃତ ଶିଶୁ ମିଳିଥିବା ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା।ସୂଚନାନୁଯାୟୀ ସକାଳୁ ଉକ୍ତ ପାଇଖାନାକୁ ରୋଗୀମାନେ ଶୌଚ ହେବାପାଇଁ ଯାଇଥିବା ବେଳେ ସେହି ପାଇଖାନା ପ୍ୟାନ ଭିତରେ ଏକ ନବଜାତ ମୃତ ଶିଶୁ ପଡିଥିବା ଦେଖି କହିବା ପରେ ମେଡିକାଲ ଭିତରେ ଥିବା ସିକ୍ୟୁରିଟି ସଂସ୍ଥାର କର୍ମଚାରୀ ମାନେ ଉକ୍ତ ଘରକୁ ବନ୍ଦକରି ରଖିଥିଲେ।ପରେ ସୁଇପର ଡାକି ମୃତ ଶିଶୁକୁ ପାଇଖାନା ପ୍ୟାନ ଭିତରୁ ବାହାର କରି ଏକ ପଲିଥିନ୍ ଜରିରେ ପୂରାଇ କୁଆଡ଼େ ଲୁଚାଇ ଦିଆଯାଇଥିବା ଜଣାପଡିଛି।ରାତିରେ କିଏ ଏହି ନବଜାତ ଶିଶୁକୁ ଜନ୍ମଦେଇ ମାରି ପାଇଖାନା ଟାଙ୍କି ଭିତରେ ପୁରାଇ ଚମ୍ପଟ ମାରିବା ଭଳି ଅଭାବନୀୟ ଘଟଣା ଲୋକଲୋଚନକୁ ଆସିବା ପରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି।ଜିଲ୍ଲାର ମୁଖ୍ୟ ମେଡିକାଲରେ ପୁଣି ଏତେ ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ବେ ଏଭଳି ଘଟଣାକୁ କେହି କେମିତି ଦେଖି ନ ପାରିବା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଉକ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.