ବାଲିକୁଦାରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ସମାବେଶ

0

ଜଗତସିଂହପୁର(ରମେଶ ମହାନ୍ତି)-ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ବିଧାୟକ ଭାବେ  ନିର୍ବାଚିତ ହୋଇଥିବା ଲୋକପ୍ରିୟ ରଘୁନନ୍ଦନ ଦାଶଂକୁ ଜନନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତି ଦେବା  ଦିନଠାରୁ ବାଲିକୁଦା ବିଜେଡି ଶିବିର ଉତ୍ସବ ମୁଖର ହୋଇପଡିଛି। ମନ୍ତ୍ରୀ ଶ୍ରୀ ଦାସଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ତାଙ୍କ ନିକଟକୁ ପ୍ରତିଦିନ ଶୁଭେଚ୍ଛାର ସୁଅ ଛୁଟିଛି । ସେହିପରି ଶନିବାର ଅପରାହ୍ନରେ ମନ୍ତ୍ରୀଙ୍କ ନିଜ ବ୍ଳକ ବାଲିକୁଦା ବ୍ଲକ ବିଜେଡି ପକ୍ଷରୁ ଆମ୍ବଶାଳ ଅଗ୍ନିଶମ କେନ୍ଦ୍ର ନିକଟସ୍ଥ ପଡ଼ିଆରେ ଏକ ବିଶାଳ ସମ୍ବର୍ଦ୍ଧନା ଓ ବିଜୟ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଜଗତସିଂହପୁର ଜିଲ୍ଲାର ନବନିର୍ବାଚିତ ବିଧାୟକ ଜଗତସିଂହପୁର ପ୍ରଶାନ୍ତ ମୁଦୁଲି,ଜଗତସିଂହପୁର ଜିଲ୍ଲାର ବରିଷ୍ଠ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ,ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ବ୍ଲକ ବିଜେଡି ସଭାପତି ରତ୍ନାକର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଓ ବିଜୟ ଉତ୍ସବରେ ଜିଲ୍ଲାପରିଷଦ ସଦସ୍ୟ ରାମଚନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।ଦୁଇ ବିଧାୟକ ଓ ମନ୍ତ୍ରୀଙ୍କୁ ଉକ୍ତ ବ୍ଲକ ଅଞ୍ଚଳର ଉତ୍ସାହିତ ବିଜେଡିର କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଏକ ରାଲି କରି ସଭା ସ୍ଥଳକୁ ପାଛୋଟି ନେଇଥିଲେ।ଅତିଥି ସମ୍ବର୍ଦ୍ଧନା ସଭା ସ୍ଥଳରେ ପହଞ୍ଚିବା ପୂର୍ବରୁ ବାଲିକୁଦାର ପୂର୍ବତନ ସରପଞ୍ଚ ଗୌରାଙ୍ଗ ଦାସଙ୍କ ସଂଯୋଜନାରେ ସଭା ପରିଚାଳିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଉକ୍ତ ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ତଥା ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହିତ ଜଗତସିଂହପୁର ଜିଲ୍ଲାର ବିକାଶରେ ଆଗକୁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ପ୍ରକାଶ କରିଥିଲେ। ଏହି ସମ୍ବର୍ଦ୍ଧନା ଓ ବିଜୟ ଉତ୍ସବରେ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଓ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ କୌଣସି କାରଣରୁ ଅନୁପସ୍ଥିତ ଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ବିଜେଡ଼ି ସଭାପତି ଅମରେନ୍ଦ୍ର ଦାସ,ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଜେନା,ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଶିବ ପ୍ରସାଦ ପାତ୍ର,ଯୁବ ବିଜେଡି ଉପସଭାପତି ଶୁଭେନ୍ଦୁ ଦାସ,ବ୍ଲକ ବିଜେଡି କୃଷକ ସେଲ୍ ସଭାପତି ସନ୍ତୋଷ ରାୟ,  ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ଅଲେଖ ସ୍ୱାଇଁ,ଏରସମା ବ୍ଲକ ବିଜେଡି ସଭାପତି ପୀତବାସ ଗୋଛାୟତ,ବ୍ଲକ ଅଧ୍ୟକ୍ଷ ପ୍ରଣବ ସ୍ୱାଇଁ,ଜିଲ୍ଲାପରିଷଦ ସଦସ୍ୟା ବବିତା ସ୍ୱାଇଁ,ବାଲିକୁଦା ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁ,ଉପାଧ୍ୟକ୍ଷ ରାଖାଲ ଦାସ,ବ୍ଲକ ଯୁବ ବିଜେଡି ସଭାପତି ରଶ୍ମି ରଞ୍ଜନ କୁଅଁର,ଛାତ୍ର ବିଜେଡି ସଭାପତି କମଲ କିରଣ ଦାସ,ମହିଳା ବିଜେଡି ସଭାପତି ବିଦ୍ୟୁଲତା ବିଶ୍ୱାଳଙ୍କ ସମେତ ହଜାର ହଜାର କର୍ମୀ ଓ ସମର୍ଥକ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।ଶେଷରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.