ଜଗତସିଂହପୁର(ରମେଶ ମହାନ୍ତି)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କଟକ-ପାରାଦ୍ବୀପ ରାସ୍ତାର ତେରେତାଙ୍ଗ ହମ୍ପସ୍ ନିକଟରେ ନିଜ ବାମ ପଟରେ ଚାଲିକରି ଯାଉଥିବା ଏକ ଯୁବକଙ୍କ ଉପରେ ପଛପଟୁ ଆସୁଥିବା ଏକ ବସ୍ ମାଡିଯିବାରୁ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନାନୁଯାୟୀ ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ତରଜଙ୍ଗା ପଞ୍ଚାୟତ ବଫାପୁର ଗ୍ରାମର ମଦନ ମୋହନ ସାହୁଙ୍କ ବଡ଼ପୁଅ ସନାତନ ସାହୁ (୩୦) (ସନା) ନିଜ ଗାଁ ନିକଟସ୍ଥ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ତେରେତାଙ୍ଗ ହମ୍ପସ ନିକଟରେ ତିର୍ତ୍ତୋଲ ଆଡକୁ ମୁହଁକରି ରାସ୍ତାର ବାମ କଡରେ ଚାଲିକରି ଯାଉଥିବା ବେଳେ ପଛପଟୁ ଆସୁଥିବା ଶୁଭମ୍ ନାମକ ଏକ ବସ୍ ସନା ଉପରେ ମାଡିଯିବା ଫଳରେ ଘଟଣାସ୍ଥଳରେ ସନାର ମୃତ୍ୟୁ ହୋଇଥିବା କୁହାଯାଉଛି। ଯଥାଶୀଘ୍ର ସନାକୁ ନିକଟସ୍ଥ ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସନାର ମୃତ୍ୟୁ ହୋଇଥିବା କହିଥିଲେ।ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଉକ୍ତ ଶୁଭମ୍ ନାମକ ବସକୁ ତିର୍ତ୍ତୋଲ ପୋଲିସ୍ ଜବତ କରିଥିବା ଜଣାପଡିଛି।