ଗୋଟିଏ ଦିନରେ ମହତିପୁର ଓ କୁପାରୀ ସାଳଗଢିଆଠାରେ 2ଟି ଚୋରି

11

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଆଜି ଖଇରା ବ୍ଲକ ମହତିପୁର ପଂଚାୟତ ମହତିପୁର ଗ୍ରାମର ସ୍ବର୍ଗତ ଯଦୁନାଥ ନାୟକଙ୍କ ପତ୍ନୀ ସୁବାସିନୀ ପ୍ରଧାନ ବିଦ୍ୟାଳୟର ବି,ଏଲ, ଓ କାମରେ ପୂର୍ବାହ୍ନ 10ଟା ସମୟରେ ଗେଟରେ ତାଲା ପକାଇ ଖଇରା ବ୍ଲକକୁ ଯାଇଥିଲେ !ପ୍ରାୟ ଅପରାହ୍ନ 3ଟା ସମୟରେ ମେନ ଗେଟରୁ ତାଲା ଖୋଲି ଘରଦୁଆରକୁ ଦେଖିଲେ ଚାବି ଭଙ୍ଗା ହୋଇଛି !ଘର ମଧ୍ୟରେ ପ୍ରବେଶ କରି ଦେଖନ୍ତି ସବୁ ଘର ଖୋଲାଅଛି ଦୁଇଟି ଗଡ଼ରେଜ, ଗୋଟିଏ କାଠ ଆଲମିରା ଭଙ୍ଗା ହୋଇଛି!ସେଥିରେ ଥିବା ସୁନା ପଲା, କାନଫୁଲ, ସୁନା ମୁଦି, ଇତ୍ୟାଦି ପ୍ରାୟ 3ଭରି ସୁନା ଅଳଙ୍କାର ଓ 10ହଜାର ଟଙ୍କା ଚୋର ନେଇଯାଇଛନ୍ତି !ଲୁଗାପଟା ଆସବାବ ପତ୍ର ଏଣେତେଣେ ହୋଇ ପଡିଛି!ଠାକୁର ଘରେ ମଧ୍ୟ ଠାକୁରଙ୍କ ମୁକୁଟ ନେଇଯାଇଛନ୍ତି !ସଂଗେ ସଂଗେ ଖଇରା ଥାନାକୁ ଖବର ଦିଆଯାଇଥିଲା !ଖଇରା ଥାନା ଅଧିକାରୀ ପ୍ରଶାନ୍ତ ଜେନାଙ୍କ ନିର୍ଦେଶରେଏ,ଏସ,ଆଇ ଶୁଭେନ୍ଦୁ ପୁହାଣ ଓ ଏ, ଏସ, ଆଇ ସଂଜୀବଲୋଚନ ଖୁଣ୍ଟିଆ ଘଟଣା ସ୍ଥଳରେ ପହଁଚି,ଘଟଣାର ସତ୍ୟା ସତ୍ୟ ଅନୁଧ୍ୟାନ କରିବା ସହିତ ପୋଲିସ ତଦନ୍ତ ଜାରି ରଖିଛନ୍ତି !ଘରେ କେହି ନଥିବାର ସୁଯୋଗ ନେଇ ଏହିଭଳି ଦିନଦ୍ବିପହରେ ଚୋର ମାନେ ତାରବାଡ଼ ଡେଇଁ ତାଲା ଭାଙ୍ଗିଏସବୁ ନେଇଯାଇଥିଲେ !ଏହିପରି ମହତିପୁର ଆଖ ପାଖ ଗ୍ରାମରେ ପୂର୍ବରୁ ମଧ୍ୟ ଏହିଭଳି ଚୋରି ହୋଇଥିଲା !ସେହିପରି କୁପାରୀ ଶାଳଗଢିଆ ଠାରେ ଅଜଣା ଦୁର୍ବୁତ୍ତ ମାନେ ଘରେ ତାଲାଭ!ଙ୍ଗୀ ସୁନା, ରୁପା, ଆଳିଅଳଙ୍କାର ଓ ଟଙ୍କା ପଇସା ନେଇଯାଇଛନ୍ତି !ତେଣୁ ଉକ୍ତ ଘଟଣାଟି ତଦନ୍ତ କରି ଚୋର ମାନଂକୁଧରି କଠୋର ଦଣ୍ଡ ପାଇଁ ସାଧାରଣରେ ଅଭିଯୋଗ ହେଉଛି !

Leave A Reply

Your email address will not be published.