ଅବକାରୀ ବିଭାଗକୁ ବଡ ସଫଳତା।

12
  • ମୋଷ୍ଟ ୱାଣ୍ଟେଡ଼ ସୂର୍ଯ୍ୟ ଗିରଫ।
  • ୧୦୩ ଗ୍ରାମର ହେରୋଇନ, ‌ମୋଟରସାଇକେଲ, ନଗଦ ୪୧ ହଜାର ଟଙ୍କା ଜବତ।।

ତା ୧୨-୧୧-୨୦୨୬ ରିଖରେ ବିରିଡି ଥାନା ସରାଇକଣା ଗ୍ରାମରୁ ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୧୦୩ ଗ୍ରାମର ହେରୋଇନ୍, ନଗଦ ୪୧,୧୦୦୵- ଟଙ୍କା ଏବଂ ଏକ ଟି ଭି ଏସ୍ ରାଇଡର ମୋଟରସାଇକେଲ (ନଂ- ଓଡ଼ି-୨୧-ପି-୫୭୭୦) ଜବତ କରାଯାଇଛି। ସୂଚନାଯୋଗ୍ଯ ଯେ ବିରିଡି ଥାନା ସରାଇକଣା ଗ୍ରାମର ଜେନାମଣି ସୂର୍ଯ୍ୟମାଧବ କେଶରୀ ବଳବନ୍ତରାୟ @ ସୂର୍ଯ୍ୟ ଜଣେ ପେଶାଦାର ବ୍ରାଉନସୁଗାର ବେପାରୀ ହୋଇଥିବାବେଳେ ଦୀର୍ଘ ଦିନ ଧରି ସରାଇକଣା ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ସେ ଅବକାରୀ ବିଭାଗ ର ସ୍କାନରରେ ଥିଲା। ସବୁଥର ଭଳି ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ଅନେକ କସରତ୍ ପରେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା। ଏକ ଗୁଇନ୍ଦା ଖବର କୁ ଭିତ୍ତି କରି ପ୍ରାଶାନ୍ତ ଙ୍କ ସର୍ମ୍ପକରେ ତଥ୍ଯ ବାହାର କରିଥିଲେ ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ।
ଗ୍ରାହକଙ୍କୁ ବିକ୍ରି କରିବା ଉଦ୍ଦେଶ୍ଯ ରେ ସେ ଆଜି ହେରୋଇନ ରଖିଥିବାର ସୂଚନା ପାଇବା ପରେ ସକାଳ ସମୟରେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏ ଏସ୍ ଆଇ କ୍ଷୀରୋଦ କୁମାର ସାହୁ, କନଷ୍ଟେବଳ ବିଶ୍ବନାଥ ମୁଣ୍ଡା, ଶୁଭଶ୍ରୀ ବିଶ୍ବାଳ, ସୁକାନ୍ତ ମାଝୀ, ବିଶ୍ବରଞ୍ଜନ ସ୍ବାଇଁ, ଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା ଯାହାର ନେତୃତ୍ବ ନେଇଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ। ସରାଇକଣା ଗ୍ରାମର ରାଧାକୃଷ୍ଣ ମନ୍ଦିର ଠାରେ ଆଜି ସେ ଗ୍ରାହକଙ୍କୁ ହେରୋଇନ ବିକ୍ରି କରିବାପାଇଁ ଅପେକ୍ଷା କରିଥିବାବେଳେ ଗ୍ରାହକ ବେଶରେ ଛଦ୍ମବେଶରେ ଥିବା ଅବକାରୀ ବିଭାଗର କର୍ମଚାରୀମାନେ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ସରାଇକଣା ଗ୍ରାମର ସୁକାନ୍ତ କେଶରୀ ବଳବନ୍ତରାୟଙ୍କ ପୁଅ ସୂର୍ଯ୍ୟମାଧବ କେଶରୀ ବଳବନ୍ତରାୟ (୩୭)। ମୋଟରସାଇକେଲ ସହ ଜବତ ସାମଗ୍ରୀର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୧୧ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କେସ୍ ସଂଖ୍ୟା ୨୦୯୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ଅଭିଯୁକ୍ତଙ୍କ ନାମରେ ପୂର୍ବ ରୁ ଅବକାରୀ ବିଭାଗରେ ବହୁ ମାମଲା ଥିବାର ଜଣା ପଡିଛି।
ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାବେଳେ ଜଗତସିଂହପୁର ଅଞ୍ଚଳରେ ସକ୍ରିୟ ନିଶା ବ୍ୟବସାୟୀଙ୍କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ଓ ହେରୋଇନ ବେପାର ସହ ଜଡିତ ତଥା ସିଣ୍ଡିକେଟ ର ମାଷ୍ଟରମାଇଣ୍ଡ କୁ ଜେଲ୍ ରେ ପୁରାଇବାକୁ ଜଗତସିଂହପୁର ଅବକାରୀ ବିଭାଗ ଉଦ୍ୟମ ରତ ଥିବାର ସେ କହିଛନ୍ତି।

Leave A Reply

Your email address will not be published.