ବାଣପୁର:(ସେକ୍ କୌସର): ବାଣପୁର ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଶିଶୁ ଶ୍ରମ ମୁକ୍ତ ଗ୍ରାମପଞ୍ଚାୟତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବର ରେ ଆୟୋଜନ ହୋଇଥିଲା। ଏଥିରେ ବାଣପୁର ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ସନାତନ ଜାଲି, ବ୍ଲକ୍ ଶ୍ରମ ବିଭାଗର ମୁଖ୍ୟ ଶ୍ରମ ଅଧିକାରୀ, ଵିଆର୍ସିସି, ୧୨ ସି ଆର ସି ସି ସମେତ ୧୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିର ଦୁଇଟି ବିଭାଗର ପ୍ରତିଯୋଗିତା ଆୟୋଜନ ତଥା ତର୍କ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l