ଅନ୍ଧ ବିଶ୍ୱାସର କରୁୁଣ ପରିଣତି:ପୁତୁରାକୁ ମାରି କ୍ଷେତରେ ବଳି ଦେଲା ବଡ ବାପା

0

କୋମନା- ନୂଆପଡା ଜିଲା କୋମନା ବ୍ଲକ ଜଡାମୁଣ୍ଡା ଗ୍ରାମରେ ଘଟିଛି ଏକ ଅମାନୁଷିକ ହତ୍ୟାକାଣ୍ଡ । ନିଜର ବଡବାପା ଅନ୍ଧ ବିଶ୍ୱାସ ର ଆଡରେ ହତ୍ୟା କରିଛି ପୁତୁରାକୁ । ସୂଚନା ଅନୁସାରେ ଆଜି ସକାଳେ ଜଡାମୁଣ୍ଡା ଗ୍ରାମର ସଗନ ମାଝୀ ଙ୍କ ପୁଅ ଧନସିଂ ମାଝୀ (୧୧) ବଡ ଭାଇ ପାଇଁ କ୍ଷେତ କୁ ଖାଇବା ଆଣି ଦେଇଥିଲେ ଏହି ସମୟରେ ବିଲରେ ଥିବା ବଡ ବାପା ଚିନ୍ତା ମାଝୀ ତାଙ୍କୁ ଡାକିଥିଲେ  । କିଛି ଦୁର କୁ ଡାକି ନେଇ ଏକ ଧାରୁଆ ଅସ୍ତ୍ରରେ ପୁତୁରାର ମୁଣ୍ଡ କୁ ହାଣି ଅଲଗା କରି ଦେଇଥିଲେ । ସାନ ଭାଇ ର ଚିକ୍ରାର ଶୁଣି ବଡ ଭାଇ ଦୌଡି ଆସିଥିଲେ । ପରେ ଗ୍ରାମବାସୀ ପୋଳିସ କୁ ସୂଚନା ଦେଇଥିଲେ । ପୋଳିସ ଆସି ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଚିନ୍ତା ମାଝୀକୁ ଗିରଫ କରିଛି । ତେବେ ଅଭିଯୁକ୍ତ  କ୍ଷେତରେ ଫସଲ ଭଲ ହେବା ପାଇଁ ନିଜ ପତୁରାକୁ ଚରୁ (ବଳି) ଦେଇଥିବା କହିଛି । ବର୍ତମାନ ବୈଜ୍ଞାନିକ ଯୁଗରେ ଏଭଲି ଅନ୍ଧ ବିଶ୍ୱାସ ରେ ପଡି ନିଜ ପୁତୁରାକୁ ହତ୍ୟା କରିବା ଅଂଚଳରେ ଚାଂଚଲ୍ୟ ଖେଲାଇଦେଇଛି । 

Leave A Reply

Your email address will not be published.