ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମରେ ବର୍ଷୀୟାନ୍ ନେତା ବିଦ୍ୟାଧର ପାତ୍ରଙ୍କ ଦ୍ୱାଦଶ ସ୍ମୃତି ସଭାରେ ଓଡିଶା ଓ ପଡୋଶୀ ଆନ୍ଧ୍ରପ୍ରଦେଶରୁ ହଜାରରୁ ଅଧିକ ସମର୍ଥକ ଯୋଗଦାନ କରିଥିଲେ। ପ୍ରମୁଖ ନେତାଙ୍କ ମଧ୍ୟରେ ସିପିଆଇ (ଏମଏଲ)ର ଜେନା ସୁଭାସ ,ସମାଜସେବୀ ମହେନ୍ଦ୍ର ପରିଡା , ତିରୁପତି ଗମାଙ୍ଗ , ପିତବାସ ସାମଲ , ରଜନୀ ରାଉତ , ଉମାକାନ୍ତ ପାତ୍ର , ନିଳମଣୀ ପାତ୍ର , ଭୋଳାନାଥ ପାତ୍ର ଓ ପ୍ରଦୀପ ଜେନା ଉପସ୍ଥିତ ଥିଲେ।
ବକ୍ତାମାନେ ଦିବଂଗତ ପାତ୍ରଙ୍କର ସାଂଗଠନିକ ଭୂମିକା , ନେତୃତ୍ବ ନେବାରେ ଅହଂ ଭୂମିକା , ବିକାଶ ଦିଗରେ ତାଙ୍କର ଅବଦାନ ତଥା ସମାଜରେ ବସବାସ କରୁଥିବା ତୃଣମୂଳସ୍ତରର ଲୋକଙ୍କ ବିକାଶ ଦିଗରେ ତାଙ୍କର ଶ୍ରେଷ୍ଠ ଭୂମିକା ଅବଗତ କରିଥିଲେ। ଜଣେ ଆଜୀବନ ସଂଗ୍ରାମୀ ହିସାବରେ ସାମାଜିକ ନ୍ୟାୟ ପ୍ରତି ଗୁରୁତ୍ବ ଦେଉଥିଲେ। ତାଙ୍କର ଅକାଳ ବିୟୋଗ ଜଣେ ଶ୍ରେଷ୍ଠ କର୍ମୀ ହରାଇଲା ଯାହା ନିଜ ମନ୍ତବ୍ୟରେ କହିଥିଲେ। ଚାଷୀ ମୂଲିଆ ମାନଙ୍କୁ ନିଜର ପରିବାର ଭାବି ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଧିକାର ସାବ୍ଯସ୍ତ ପାଇଁ ନିଜର ଜୀବନର ଶେଷ ପର୍ଯ୍ୟନ୍ତ ଲଢେଇ ଜାରୀ ରଖିଥିଲେ। ପଡୋଶୀ ଆନ୍ଧ୍ରପ୍ରଦେଶ , ଗୁଣୁପୁର , ରାୟଗଡ଼ା ଓ ଭୂବନେଶ୍ୱରରୁ ତାଙ୍କୁ ଭଲପାଉଥିବା ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ଶେଷରେ ସମସ୍ତଙ୍କୁ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା।ସମାଜସେବୀ ସଞ୍ଜୟ ରାଉତ ତଥା ଅନ୍ୟାନ୍ୟ ଗ୍ରାମବାସୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.