ବେଲଗୁଣ୍ଠା , ୧୦/୧୧, -(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ପୁଲିସ ପକ୍ଷରୁ ଦୁଇଟି ଜାମିନବିହୀନ ଗିରଫ ପରୱାନା (ଏନ୍ବିଡବ୍ଲ୍ୟୁ) କାର୍ଯ୍ୟକାରୀ କରାଯାଇଛି। ଏନେଇ ଜିଆର୍ ନଂ ୩୫୨/୧୪ ମାମଲାରେ ନେଟଙ୍ଗା ଗ୍ରାମର ୱାରେଣ୍ଟି କାର୍ତ୍ତିକ ନାୟକ ଏବଂ ଜିଆର୍ ନଂ ୧୦୯୪/୨୫ ମାମଲାରେ ଏବଂ ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡାଯୁଆଳି ଗ୍ରାମର ୱାରେଣ୍ଟି ଏ. କୃଷ୍ଣ ପାତ୍ରଙ୍କ ବିରୋଧରେ ଜାରି ହୋଇଥିବା ପରୱାନାକୁ ପୁଲିସ କାର୍ଯ୍ୟକାରୀ କରିଛି। ଉଭୟଙ୍କୁ ଗିରଫ କରିବା ପରେ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକରେ ଅଦାଲତଙ୍କ ନିର୍ଦ୍ଦେଶ ଅନୁପାଳନ କରିବା ଦିଗରେ ଗାଙ୍ଗପୁର ପୁଲିସର ଏହି ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି। ବର୍ତ୍ତମାନ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ ଦୀପକ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ଉପଖଣ୍ଡ ଅଧୀନରେ ଥିବା ସମସ୍ତ ଥାନା ଅଞ୍ଚଳରେ ପୁରୁଣା ମାମଲାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଗିରଫ କରିବା ଦିଗରେ ପୋଲିସ ଅଧିକାରୀମାନେ ଚଳ ଚଞ୍ଚଳ ହୋଇଥିବା ସୂଚନା ମିଳିଛି। ଫଳ ସ୍ୱରୂପ ଅପରାଧୀ ମହଲରେ ଆତଙ୍କ ସୃଷ୍ଟି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।