ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

0

    ବାରିପଦା(ଦିଲ୍ଲୀପ ମହାନ୍ତି )ବାରିପଦା ଟାଉନ ଥାନା ବାରିପଦା ପୌରପରିଷଦ ଅଧିନ ଢ଼ିପାସାହି ଅଞ୍ଚଳର ଜଣେ ୪୫ ବର୍ଷୀୟା ମହିଳା ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲା । ମହିଳା ଜଣକ ଢ଼ିପାସାହି ଅଞ୍ଚଳର ମେଘନାଦ ସିଂଙ୍କ ପତ୍ନୀ ରଙ୍କଣି ସିଂ । ସେ ଆଜି ଘର ପାଖରେ ପ୍ରଭାବିତ ବୁଢାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଉଥିବାର କହି ନଦୀ ପାଖରେ ଏକ ନିର୍ଜନ ସ୍ଥାନରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା। ସେଠାରେ ଏକ ଛୋଟ ଝିଅ ଏହା ଦେଖି  ଘର ଲୋକଙ୍କୁ ସୂଚନା ଦେବାରୁ ତାଙ୍କ ସ୍ୱାମୀ ଓ ସାହିର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ  ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ତେବେ ପିଡିତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ଜଳି ଯାଇ ଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.