ନୀଳଗିରି: ନୀଳଗିରି ଆଞ୍ଚଳିକ କୃଷକ ମଞ୍ଚ ତରଫରୁ ନଭେମ୍ବର ୭ ଐତିହାସିକ ରୁଷ ବିପ୍ଳବ ଦିନ ଜନ ବସତି ରୁ ଈକୋ ସେନସିଟିଭ ଜୋନ ପ୍ରତ୍ୟାହାର ଦାବି ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ କୃଷକ ମଞ୍ଚ ର ଉପଦେଷ୍ଟା ନିରଞ୍ଜନ ବାରିକ ଙ୍କ ନେତୃତ୍ୱ ରେ ନୀଳଗିରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ପଟୁଆର ରେ ଈକୋ ସେନସିଟିଭ ଜୋନ ପ୍ରତ୍ୟାହାର ଦାବି କରି ହଜାର ହଜାର ନର ନାରୀ ହାତରେ ଜାତୀୟ ପତାକା ଧରି ଜନ ବସତି ରେ ଈକୋ ଜୋନ ନୁହେଁ ନାରା ରେ ନୀଳଗିରି ସହର କୁ ପ୍ରକମ୍ପିତ କରି ନୀଳଗିରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଉପଜିଲ୍ଲାପାଳ ଙ୍କୁ ସ୍ମାରକୀ ପତ୍ର ପ୍ରଦାନ କରିଥିଲେ l ବିକ୍ଷୋଭ ସଭା ରେ କୃଷକ ମଞ୍ଚ ର ସଭାପତି ରାମଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା l ଏହି ବିକ୍ଷୋଭ ସଭା ପ୍ରାରମ୍ଭ ରେ ମଞ୍ଚ ର ଉପଦେଷ୍ଟା ଶ୍ରୀଯୁକ୍ତ ବାରିକ ନୀଳଗିରି ର ରାଜତନ୍ତ୍ର ଶାସନ ର ଉଛେଦ ର ଇତିହାସ ବର୍ଣନା କରିବାକୁ ଯାଇ ପ୍ରକାଶ କଲେ କି ଉଛେଦ ସମୟରେ ଭାରତ ସରକାର ଙ୍କ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଗୃହ ମନ୍ତ୍ରୀ ସର୍ଦାର ବଲ୍ଲଭାଇ ପଟେଲ ନୀଳଗିରି ଗଡଜାତ ଅଞ୍ଚଳ ର ପ୍ରଜା ମାନଙ୍କ ର ନୀଳଗିରି ଜଙ୍ଗଲ ଯାତ ଦ୍ରବ୍ୟ ଉପରେ ପୂର୍ଣ୍ଣ ଅଧିକାର ରହିବ ର ଚୁକ୍ତି ନାମା କରିଥିବା ବେଳେ, କେନ୍ଦ୍ର ସରକାର ନୀଳଗିରି ର ସେହି ଅଞ୍ଚଳ ର ୨୦୪ ଗୋଟି ଗ୍ରାମ କୁ ନେଇ ବେଆଇନ ଭାବେ ଈକୋ ଜୋନ ଘୋଷଣା କରିବା ଅପ୍ରାସଙ୍ଗିକ ବୋଲି କହିଥିଲେ l ଏହି ସଭା ରେ କୃଷକ ସଭା ର ଅନ୍ୟତମ ନେତୃତ୍ୱ ବିଜୟ ସ ଈକୋ ଜୋନ ଘୋଷଣା ର ଆଇନ ଗତ ତଥ୍ୟ ଭୁଲ ଥିବାର ଦର୍ଶାଇ ଥିଲେ, ଅନ୍ୟ ତମ ସମର୍ଥକ cpi ବିଧାୟକ ପ୍ରାର୍ଥୀ ଅଜୟ କୁମାର ପଟ୍ଟନାୟକ ସାଧାରଣ ଲୋକ ଙ୍କ ଉପରେ ଜଙ୍ଗଲ ବିଭାଗ ଅନ୍ୟାୟ ରେ ବିଭିନ୍ନ ମକଦ୍ଦମା କରୁଥିବା ଦୁଃଖ ପ୍ରକାଶ କରିଥିଲେ l ଯୁବ ନେତୃତ୍ୱ ଅନିରୁଦ୍ଧ ନାୟକ ସଂଗୀତ ଓ ଢଗ ମଧ୍ୟରେ ଈକୋ ଜୋନ ର କାର୍ଯ୍ୟକଳାପ କୁ ବ୍ୟଙ୍ଗ କରିଥିଲେ l କୃଷକ ମଞ୍ଚ ର ସମ୍ପାଦକ କୃଷକ ମଞ୍ଚ ର ଆନ୍ଦୋଳନ ଙ୍କୁ ଭଙ୍ଗ କରିବା ପାଇଁ ଶାସକ ଦଳ ଯେତେ ଚେଷ୍ଟା କରିଥିଲେ ବି ଭାଙ୍ଗି ପାରିବେ ନାହିଁ ବୋଲି ନିହାର ଜେନା ଦୃଢଉକ୍ତି କରିଥିଲେ l କୃଷକ ମଞ୍ଚ ର ବିଶାଳ ସମାବେଶ କୁ ସମର୍ଥନ ଜଣାଇବା ସହିତ କୃଷକ ମଞ୍ଚ କୁ ଧନ୍ୟବାଦ ଜଣାଇ ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଈକୋ ଜୋନ ର ତ୍ରୁଟି ସମ୍ପର୍କରେ କେନ୍ଦ୍ର ସରକାର ଙ୍କୁ ସମାଲୋଚନା କରିଥିଲେ l କୃଷକ ମଞ୍ଚ ର ଉପସଭାପତି ଉମାକାନ୍ତ ମଲିକ ଈକୋ ଜୋନ ର ସମସ୍ତ ତଥ୍ୟ RTI ଦ୍ୱାରା ଗ୍ରହଣ କରି ପ୍ରୟୋଗ ରେ ଭୁଲ ହେଉଥିବା ବକ୍ତବ୍ୟ ରଖି ଏହି ପ୍ରତିବାଦ ଦୁର୍ବାର ଗତି ରେ ଚାଲିବ ବୋଲି ଦୃଢୋକ୍ତି କରିଥିଲେ l ବିକ୍ଷୋଭ ର ଶେଷ ବକ୍ତା ବୟୋଜ୍ୟେଷ୍ଠ କୃଷକ ନେତା କୈଳାଶ ଚନ୍ଦ୍ର ପଣ୍ଡା ବୟସ ର ଅପରାହ୍ନ ରେ ମଞ୍ଚ କୁ ସମର୍ଥନ ଜଣାଇ ଈକୋ ଜୋନ ପ୍ରତ୍ୟାହାର ଦାବି କରି ବକ୍ତବ୍ୟ ରଖିଥିଲେ l ସର୍ବ ଶେଷ ରେ କୃଷକ ମଞ୍ଚ ର ପିତାମହ ଭୀଷ୍ମ ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରା କେନ୍ଦ୍ର ସରକାର ଈକୋ ଜୋନ ପ୍ରତ୍ୟାହାର ନ କରିବା ପର୍ଯନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ବକ୍ତବ୍ୟ ରଖି ସଭା ସାଙ୍ଗ କରିଥିଲେ l ଏହି ବିକ୍ଷୋଭ ସଭା ରେ ଅନ୍ୟତମ ନେତୃତ୍ୱ କରୁଣାକର ପରିଡା, ହରେକୃଷ୍ଣ ପଣ୍ଡିତ, ପ୍ରଭାକର ମହାପାତ୍ର, ଅନିରୁଦ୍ଧ ବେହେରା, ଶୁକଦେବ ଜେନା, ରବୀନ୍ଦ୍ର ଜେନା, ପଞ୍ଚାନନ ଦାସ, ହରେକୃଷ୍ଣ ରାଉତ, ନାରୀ ନେତ୍ରୀ ଗାୟତ୍ରୀ ପଣ୍ଡା, ବାସନ୍ତୀ ନାୟକ, ଜଗନ୍ନାଥ ଟୁଡୁ, ମନୋଜ ସିଂ, ଦୁର୍ଯ୍ୟୋଧନ ଖେଜୁରିଆ, ସାନଗି ଗିଲୁଆ, ଶ୍ରୀଧର ବେହେରା, ମଙ୍ଗୁଳୁ ନାୟକ, ବିଦ୍ୟାଧର ବେହେରା, ଶର୍ମିଳା ସିଂ, ଉମାକାନ୍ତ ସ, କମଳାକାନ୍ତ ବାରିକ, ରବୀନ୍ଦ୍ର ନାୟକ, ବିଜୟ ଗିରି, ପ୍ରମୁଖ ନେତୃତ୍ୱ କାରୀ ସାଥି ମାନଙ୍କ ସହିତ ସାହସ୍ରାଧି ବିକ୍ଷୋଭ କାରୀ ସାଥି ଉପସ୍ଥିତ ରହି ୫୮୭ ରୁ ଉର୍ଦ୍ଧ ଅଭିଯୋଗ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ l