ତାଲା ଭାଙ୍ଗି ଘରେ କଳା ବୁଲେଇଲା ଚୋର, ସନ୍ଧାନୀ କୁକୁର ନିୟୋଜିତ

11


ଜି.ଉଦୟଗିରି,୦୭/୧୧(ଅବନୀ କୁମାର ପ୍ରଧାନ ) ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଇକିଆ ରୋଡ଼ ନାଏରା ପେଟ୍ରୋଲ ପମ୍ପ ସମ୍ମୁଖ ଘରୁ ଶୁକ୍ରବାର ରାତି ଚୋର ମାନେ ତାଲା ଭାଙ୍ଗି ଘରେ ପଶି କଳା କନା ବୁଲେଇଥିବା ଦେଖିବାକୁ ମିଳିଛି। ଜି. ଉଦୟଗିରି ଠାରୁ ରାଇକିଆ ରାଜ୍ୟ ସଡ଼କ କଡ଼ରେ ଥିବା ସ୍ଥାନୀୟ ବ୍ୟବସାୟୀ ନାରାୟଣ ସାହୁ ଙ୍କ ଘରେ ଚୋରୀ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ ଶୁକ୍ରବାର ଦିନ ନାରାୟଣ ସାହୁ ନିଜ ପରିବାର ସହ ବ୍ରହ୍ମପୁର ଯାଇଥିବା ବେଳେ ଘର ତାଲା ପଡ଼ିଥିଲା |ବ୍ୟବସାୟୀ ସାହୁଙ୍କ ସୂଚନା ଅନୁସାରେ ସେ ରାତି ୨ ଟା ବେଳେ ଆସି ଘରେ ପହଞ୍ଚି ଦେଖିଲା ବେଳକୁ ଘର ଗ୍ରିଲ କବାଟ ତାଲା ଲାଗିବା ଲୁହା ବଳା ଭଙ୍ଗା ଯାଇଥିବା ଦେଖି ଭିତରେ ପଶିଥିଲେ ଠିକ ସେହିପରି ଉପର ମହଲରେ ଥିବା ଘର କବାଟ ତାଲା ଭାଙ୍ଗି ଘର ଖୋଲା ଦେଖିଥିଲେ|ଦୌଡ଼ି ଯାଇ ଦେଖିଲା ବେଳକୁ ଘରେ ଥିବା ଆସବାବ ପତ୍ର ଲୁଗା ପଟା ବିଛେଇ ହୋଇ ପଡ଼ିଥିବା ବେଳେ ସମସ୍ତ ଆଲମିରା ଖୋଲା ପଡ଼ିଛି | ଚୋର ମାନେ ଘରର ସମସ୍ତ ସ୍ଥାନ ଖୋଜା ଖୋଜି କରି ଆଲମିରାରେ ଏକ ବ୍ୟାଗ ରେ ନଗଦ ୩ ଲକ୍ଷ ଟଙ୍କା ଓ ଅନ୍ୟ ଏକ ଜାଗାରୁ ଗୋଟିଏ ସୁନା ମୁଦି, ହଳେ ପାଉଁଝି ନେଇଯାଇଥିବା ଦେଖିଥିଲେ |ନାରାୟଣ ବାବୁ ଘଟଣା ବିଷୟରେ ପୋଲିସ କୁ ଲିଖିତ ଏତଲା ଦେଇଥିବା ବେଳେ ସ୍ଥାନୀୟ ପୋଲିସ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚାଲିଛି |ଏନେଇ ଥାନା କେସ୍ ନଂ ୧୮୩/୨୬ ରେ ମାମଲା ରୁଜୁ କରି ସନ୍ଧନୀ କୁକୁର ଡାକି ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ତଦନ୍ତ ଅଧିକାରୀ ନିଜେ ଆଇଆଇସି ବିଜୟ କୁମାର ସ୍ଵାଇଁ |

Add Post

Leave A Reply

Your email address will not be published.