ସାର୍ବଜନୀନ କାଳୀପୂଜା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

10

ଚାରିଦିନ ଧରି ପୂଜା, ହୋମଯଜ୍ଞ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ

ପଦ୍ମପୁର: ସାର୍ବଜନୀନ କାଳୀପୂଜା ଅବସରରେ ଆୟୋଜକ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂଜାର ଚାରିଦିନିଆ କାର୍ଯ୍ୟସୂଚୀ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା କାଲି ନଭେମ୍ବର ୮ ତାରିଖ ରବିବାର କାର୍ତ୍ତିକ ଅମାବାସ୍ୟା ଅବସରରେ ମା’ କାଳୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ। ୯ ତାରିଖ ସୋମବାର ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହେବ। ୧୦ ତାରିଖ ମଙ୍ଗଳବାର ଦେବୀଙ୍କ ମହାସ୍ନାନ, ଷୋଡ଼ଶ ଉପଚାର, ହୋମ ଓ ଅପରାଜିତା ପୂଜା ହେବ। ୧୧ ତାରିଖ ବୁଧବାର ପୂର୍ଣ୍ଣାହୁତି ସହ ପୂଜାର ସମାପନ ହେବ।ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କୃଷ୍ଣଗୁରୁ ତାଳବିରା, ଅର୍କେଷ୍ଟ୍ରା, ସଙ୍ଗୀତ ପରିବେଷଣ ଏବଂ ମା’ ତୁଲସି ଦଣ୍ଡନୃତ୍ୟ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ରହିବ। ଏହି କାର୍ଯ୍ୟକ୍ରମରେ ଭକ୍ତ ଓ ଦର୍ଶକଙ୍କ ବିପୁଳ ସମାଗମ ହେବା ନେଇ ଆଶା ରଖିଛି କମିଟି।ସାମ୍ବାଦିକ ସମ୍ମିଳନୀରେ ସଭାପତି ହରିହର ପଟ୍ଟନାୟକ, ସମ୍ପାଦକ ସମ୍ବିତ୍ ଶେଖର ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ୟାମଳ ଦାଶ, ସହ-କୋଷାଧ୍ୟକ୍ଷ ଜିତେଶ ସାହୁଙ୍କ ସମେତ ସାହୁ, ପ୍ରକାଶ ସାହୁ,ପ୍ରମୋଦ ନାଥ, ଅଶୋକ ବହିଦାର, ରାଜେନ୍ଦ୍ର ମହାନ୍ତି, ଉପେନ୍ଦ୍ର ପାଢ଼ୀ, ସଞ୍ଜୀବ ବହିଦାର, ରବି ପ୍ରଧାନ, ପ୍ରୀତିଶ ନାଥ ,ପ୍ରିୟରଞ୍ଜନ ଭୋଇ ଓ ସରଜୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କମିଟି ପକ୍ଷରୁ ସମସ୍ତ ଜନସାଧାରଣ ଓ ଶ୍ରଦ୍ଧାଳୁଙ୍କୁ ପୂଜାରେ ଯୋଗଦେଇ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.